October 5, 2024

ବାଇପାସ ରାସ୍ତାରେ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ବସଯାତ୍ରୀ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ବାଇପାସ ମୁଖ୍ୟ ରାସ୍ତାରେ ଆଜି ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ । ଗୁଣୁପୁର ରୁ ଗୁଡାରି ଅଭିମୁଖେ ଯାଉଥିବା ଏକ ଘରୋଇ ବସ ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ବସ ର ସମ୍ମୁଖ ଭାଗ ଭାଙ୍ଗିଯିବା ସହ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପହଞ୍ଚି ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଗୁଣୁପୁର ପୁଲିସ ପହଞ୍ଚି ଯାତାୟାତ ସ୍ୱାଭାବିକ କରିବା ସହ ଦୁଇଟି ଯାକ ଗାଡ଼ି କୁ ଜବତ କରି ଥାନା କୁ ନେଇ ଯାଇଛି ।ବର୍ତ୍ତମାନ ବାଇପାସ ରାସ୍ତା କାର୍ଯ୍ୟ ଜାରୀ ରହିଥିବାରୁ ଏଥିରେ ବିଭିନ୍ନ ମେସିନ, ଟ୍ରକ ନିୟୋଜିତ ରହିଛି । ଅଣ ଓସାରିଆ ହେଉଥିବା ଯୋଗୁଁ ଦୁର୍ଘଟଣା ଘଟିବା ଥୟ । ତେଣୁ ଯାତାୟାତ ରେ ନାନା ସମସ୍ୟା ସୃଷ୍ଟି ହେଉଛି । ଏହି ରାସ୍ତା ସବୁବେଳେ ଜନ ଗହଳି ଥିବାରୁ ଯାତାୟାତ ବେଳେ ଧୂଳି ଉଡି ଦୁଇ ଚକିଆ ଯାନ ଚାଲେଇବା ବେଳେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ତେଣୁ ବସ ଗୁଡିକୁ ପୁରୁଣା ବସ ଷ୍ଟାଣ୍ଡ ଦେଇ ପୁରୁଣା ଗୁଣୁପୁର ଛକ କିମ୍ବା ଓଭର ବ୍ରିଜ ଛକ ଦେଇ ଯିବାକୁ ସାଧାରଣ ରେ ଦାବୀ ହେଉଛି ।