October 5, 2024

ମିନାବଜାର ରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ଅନ୍ଧାରରେ ଅସୁରକ୍ଷିତ ଭାବେ ବୁଲୁଛନ୍ତି ଲୋକେ 

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ନବ ଦିନାତ୍ମକ ଘୋଷ ଯାତ୍ରା ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁର ରେ ମିନା ବଜାର କୁ ଅନୁମତି ଦିଆଯାଇଥିଲା । ଗତ ୧୫ ତାରିଖ ପର୍ଯ୍ୟନ୍ତ ମିନା ବଜାର ଚାଲିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଥିଲେ । ତେବେ ଶୁକ୍ରବାର ପର୍ଯ୍ୟନ୍ତ ଶ୍ରୀଜୀଉ ରଥ ଉପରେ ରହୁଥିବାରୁ ଭକ୍ତଙ୍କ ସମାଗମ ହେଉଛି । ଏହି ଅବସରରେ ମିନା ବଜାର କର୍ତ୍ତୃପକ୍ଷ ପ୍ରଶାସନ କୁ କିଛି ଦିନ ସମୟ ମାଗିଛନ୍ତି । ଇତି ମଧ୍ୟରେ ବିଦ୍ୟୁତ ବିଭାଗ ମିନା ବଜାର ରୁ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ଅଭିଯୋଗ କରିଛନ୍ତି କର୍ତ୍ତୃପକ୍ଷ । ଫଳରେ ଅନ୍ଧକାର ରେ ରହିଛି ଏବେ ମିନା ବଜାର । ବିଜୁଳି କାଟି ଦେଇଥିବା ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଚୋରି ହାରି ବଢିବା ସହ ଝିଅ ବୋହୁ ମାନେ ସୁରକ୍ଷିତ ମଣୁ ନାହାନ୍ତି । ତେଣୁ ମିନା ବଜାର କୁ ଆଉ ଦୁଇ ଦିନ ଅନୁମତି ପ୍ରଦାନ ସହ ବିଦ୍ୟୁତ ସଂଯୋଗ ଦେବା ପାଇଁ ନିବେଦନ କରିଛନ୍ତି କର୍ତ୍ତୃପକ୍ଷ ।