October 5, 2024

ଉମରକୋଟ ବ୍ଲକ କୋପେନା ଗ୍ରାମ ରେ ପାଣିରେ ବୁଡ଼ି ଶିଶୁ ମୃତ…..

Share

 

 

ଉମରକୋଟ:-୧୬-୦୭-୨୪-(ଏମ.ଦିନା°ଶୁ ଆଚାରୀ )- ପାଣିରେ ବୁଡ଼ି ଜଣେ ଦେଢବର୍ଷ ଶିଶୁ ର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ। ମୃତ ଶିଶୁ ଜଣକ ହେଲେ ଉମରକୋଟ ବ୍ଲକ କୋପେନା ଗ୍ରାମର ସତୁ ଗଣ୍ଡ ଙ୍କ ଦେଢବର୍ଷ ର ଝିଅ କବିତା ଗଣ୍ଡ। ମିଳିଥିବା ସୂଚନା ଅନୁସାରେ ସତୁ ଓ କବିତା ଙ୍କ ମାଁ ଦୁହେଁ ମିଶି ଜମିରେ କାମ କରୁଥିଲେ। ଏହି ସମୟରେ କବିତା ତିନି ଚାରି ଜଣ ପିଲା ମାନଙ୍କ ସହିତ ଜମି ହୁଡ଼ାରେ ଖେଳୁଥିଲେ।ଜମି ହୁଡ଼ାରେ ଖେଳୁଥିବା ସମୟରେ ହୁଡାରୁ ଖସିପଡ଼ି ଜମିରେ ଥିବା ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଖେଳୁଥିବା ପିଲା ମାନେ ଏହା ଦେଖି ଚିତ୍କାର କରିଥିଲେ।ପିଲା ମାନଙ୍କ ଚିତ୍କାର ଶୁଣି ସତୁ ଓ କବିତା ଙ୍କ ମାଁ ଦୈାଡି ଆସି କବିତା ଙ୍କୁ ଉଦ୍ଧାର କରି ବାଇକ୍ ଯୋଗେ ପୂଜାରୀ ଗୁଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର କବିତା ଙ୍କୁ ମୃତ ଘୋଷଣା କରିଥିଲେ।ପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଏନେଇ ସତୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସୂଚନ ଥାଉକି ସତୁ ଙ୍କର ଦୁଇଟି ଝିଅ। କବିତା ହେଉଛି ସାନ ଝିଅ। ଝିଅ କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏସଆଇ ପୂର୍ଣ୍ଣିମା ଟେଟ ସମ୍ଭାଳିଛନ୍ତି।