ବାଘୁଆ ଜଳସେଚନ ପ୍ରକଳ୍ପ ପକ୍ଷରୁ ସାଧାରଣ ଅଧିବେଶନ
ବାଘୁଆ ଜଳସେଚନ ପ୍ରକଳ୍ପ ପକ୍ଷରୁ ସାଧାରଣ ଅଧିବେଶନ
ବୁଗୁଡା: ୧୭/୭/୨୩ : ବାଘୁଆ ଜଳସେଚନ ପ୍ରକଳ୍ପର ଖରିଫ ଜଳସେଚନ ପରିଚାଳନା ନିମନ୍ତେ ବୁଗୁଡାସ୍ଥିତ ବାଘୁଆ ଜଳସେଚନ କଲୋନୀରେ ଏକ ସାଧାରଣ ଅଧିବେଶନ ସହ-ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁଷମ ଜଳ ବଣ୍ଟନ ବ୍ଯବସ୍ଥା ସଂପର୍କରେ ଆଲୋଚନା କରାଯିବା ସହ ବାଘୁଆ ଜଳଭଣ୍ଡାରରେ ଗଛିତ ଥିବା ବ୍ଯବହାର ଯୋଗ୍ଯ ଜଳ (୧୦୯୯ .୨୨ ହେକ୍ଟର ମିଟର )ର ଅବସ୍ଥିତିକୁ ଲକ୍ଷ୍ଯ ରଖି ଖରିଫ ଋତୁରେ ବାଘୁଆ ଜଳଭଣ୍ଡାରର ଉଭୟ ବାମ ଓ ଡାହାଣ କେନାଲ ଦେଇ ଜୁଲାଇ ୨୫ ତାରିଖ ଠାରୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ଅବସରରେ ଆସିକା ସମବାୟ ଚିନିଶିଳ୍ଠର ଆଖୁ ଚାଷ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଆଖୁ ଚାଷର ଲାଭ ଓ ସରକାରୀ ପ୍ରୋତ୍ସାହନ ସଂପର୍କରେ ଆଲୋକପାତ କରିଥିଲା ବେଳେ ବୁଗୁଡା ବ୍ଳକ କୂଷି ଅଧିକାରୀ ଦିବ୍ଯ ରଞ୍ଜନ ମାଝି ଓ ପୋଲସରା ବ୍ଳକ କୂଷି ଅଧିକାରୀ ଆଶିଷ ରଞ୍ଜନ ଲେଙ୍କା ପ୍ରମୁଖ ଧାନତଳିର ଯତ୍ନ ଓ ଫସଲକୁ ରୋଗ ଓ ପୋକ ଦାଉରୁ ରକ୍ଷା ନିମନ୍ତେ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକ ପରିଚାଳନାରେ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସହଯୋଗ କରିଥିଲା ବେଳେ ଚାଷୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ଯନ୍ତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପରିଶେଷରେ ସହକାରୀ ଯନ୍ତ୍ରୀ ବୈଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।