June 18, 2025

ମା’କୋଶଳାଶୁଣୀ ପୀଠରେ ନିଆରା ପରମ୍ପରା,ରଜସଂକ୍ରାନ୍ତି ରାତିରେ ହୋଇଥାଏ ମାଛ ଭୋଗ ଅର୍ପଣ। 

IMG-20250617-WA0058
Share

ବୋଲଗଡ଼,୧୭/୦୬(ଉପାନ୍ତ ଖବର):ଆମ ଓଡ଼ିଶା ପର୍ବପର୍ବାଣିର ରାଜ୍ୟ। ଏଠି ବାରମାସରେ ତେରପର୍ବ ପାଳନ କରାଯାଇଥାଏ। ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ବ ସ୍ବତନ୍ତ୍ରତା ରହିଛି। ଓଡ଼ିଶା ମାଟିରେ ପ୍ରତ୍ୟେକ ଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି ଆଉ ଏଇ ଗ୍ରାମଦେବତା ଦେବତୀମାନଙ୍କର ଅନେକାଂଶରେ ଥାଏ ଏକ ନିଆରା କିମ୍ବଦନ୍ତୀ,ଲୋକକଥା ଓ ଭିନ୍ନ ଭିନ୍ନ ପରମ୍ପରା ଏଭଳି ପରିପ୍ରେକ୍ଷୀରେ ଇଜ ସଂକ୍ରାନ୍ତି ଦିନ ବୋଲଗଡ଼ ବ୍ଳକ୍ ଆରକିମା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା’ କୋଶଳାଶୁଣୀଙ୍କ ପୀଠରେ ମାଛ ତରକାରି ଭୋଗ ରୂପେ ଅର୍ପଣ ହେବା ଏକ ନିଆରା ପ୍ରଥା ପରାମ୍ପରା ରୂପେ ପାଳିତ ହୋଇଆସୁଛି। ଏଠାରେ ମା’ଙ୍କ ପୀଠରେ ରାତିରେ ମାଛଭୋଗ ଅର୍ପଣ ହୋଇଥାଏ। ଗ୍ରାମର ସମସ୍ତ ପରିବାର ଓ ଶ୍ରଦ୍ଧାଳୁମାନେ ରାତିରେ ପୀଠକୁ ଯାଇ ସେଠାରେ ମା’ଙ୍କ ଉଦ୍ଦେଶ୍ୟରେ ମାଛ ଭୋଗ ରନ୍ଧନ କରିଥାନ୍ତି। ପରେ ଏହି ମାଛ ତରକାରୀକୁ ମା’ଙ୍କୁ ସମର୍ପଣ କରି ସପରିବାର ବନ୍ଧୁବାନ୍ଧବଙ୍କ ଗହଣରେ ଗ୍ରହଣ କରିଥାନ୍ତି । ଏଠାରେ କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲିଆସୁଛି କୋଶଳାଶୁଣୀ ସ୍ଥାନୀୟ ଅଞ୍ଚଳରେ ଏକ ଶକ୍ତିପୀଠ ରୂପେ ପରିଗଣିତ ହେଉଥିଲା ବେଳେ ଏଠାରେ ବୈଷ୍ଣବୀ ରୀତିନୀତି ଅନୁସାରେ ପୂଜା ହୋଇଥାଏ। କେବଳ ରଜ ସଂକ୍ରାନ୍ତି ରାତିରେ ହିଁ ମା’ଙ୍କ ପୀଠରେ ମାଛ ତରକାରୀ ଭୋଗ ଭାବେ ସମର୍ପଣ ହୋଇଥାଏ । ସୂଚନା ଥାଉକି ଗ୍ରାମରେ ଥିବା ନେଳିଆ ପୋଖରୀରୁ ସକାଳ ସମୟରେ ମାଛ ଧରାଯାଇଥାଏ। ରାତିରେ କୋଶଳାଶୁଣୀଙ୍କ ପୀଠରେ ସେହି ନେଳିଆ ପୋଖରୀର ମାଛ ସମସ୍ତଙ୍କୁ ବଣ୍ଟନ କରାଯାଇଥାଏ। ଶ୍ରଦ୍ଧାଳୁମାନେ ସେହି ମାଛରେ ତରକାରୀ କରି ଭୋଗ ବାଢ଼ିଥାନ୍ତି

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।