ରଜ ରେ ବଡ ଅଘଟଣ ଲୁଲୁଙ୍ଗ ସ୍ଥିତ ଝରଣାରେ ଗାଧଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଦୁଇ ସାଙ୍ଗ ଙ୍କ ଜୀବନ । ଝରଣାରେ ବୁଡ଼ି ଦୁଇ ଯୁବକ ମୃତ୍ୟୁ ଏଭଳି ଏକ ଅଭାବନୀୟ ..
ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଲୁଲୁଙ୍ଗ ନିକଟ ପଳପଳା ନଦୀରେ । ସୂଚନାଯୋଗ୍ୟ ଆଜି ରଜରେ ବଣଭୋଜି କରିବା ପାଇଁ ୭ ଜଣ ସାଙ୍ଗ ଲୁଲୁଙ୍ଗ ଯାଇଥିଲେ। ଝରଣା ରେ ଗାଧଉଥିବା ସମୟରେ କୌଣସି କାରଣ ବଶତଃ ପାଣି ଭିତରକୁ ଚାଲିଯାଇଥିଲେ। ଦୁଇ ଜଣ ଯୁବକ ମଧୁବନ ଏବଂ ମୁର୍ଗାବାଡି ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ହେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତ ଯୁବକମାନେ ବାରିପଦା ଓ୍ବାର୍ଡ ନମ୍ବର ୨୧ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଙ୍କିତ କୁମାର ଭୂଜବଳ (୨୦ବର୍ଷ) ଏବଂ ରଘୁନାଥପୁର ଅଞ୍ଚଳର ଅଂଶୁଷ୍ମାନ ନାଏକ (୨୦ବର୍ଷ) ବୋଲି ଜଣାପଡିଛି । ତେବେ ଦୁଇ ଜଣଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯିବା ଘଟଣା ଶୁଣି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ପହଞ୍ଚି ମୃତକ ପରିବାର ଲୋକଙ୍କୁ ଭେଟି ଥିବାର ଜଣା ପଡ଼ିଛି।
