ନାମକୁ ମାତ୍ର ଅଭିଯୋଗ ଶୁଣାଣୀ, କାର୍ଯ୍ୟକାରୀ ଶୂନ

ତା ୧୬/୬: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏ ଅତିରିକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ଵରୂପ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧ ଟି ଗୋଷ୍ଠୀଗତ ଓ ୩ ଟି ବ୍ୟକ୍ତିଗତ ଅଭିଯୋଗ ଶୁଣାଣୀ କରାଯାଇଥିଲା l ଆଜିର ଏହି ଅଭିଯୋଗ ଶୁଣାଣୀ ଥିଲା ପଞ୍ଚାୟତର ୫ ତମ I ଉପସ୍ଥିତ ଥିଲେ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ l ଚିରାଚରିତ ଢଙ୍ଗରେ ଲୋକ ଅଭିଯୋଗ କରିଥିଲେ ସେ ଭିତରେ ଥିଲା ପଞ୍ଚାୟତର କିଛି ସାମୂହିକ ସମସ୍ୟା ଯଥା ପଞ୍ଚାୟତର ଉଦଳଗୁଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୦ ଶଯ୍ୟା ବିଶିଷ୍ଟ ଛାତ୍ର ହଷ୍ଟେଲକୁ ଅଧିକ ୬୦ ଶଯ୍ୟା ବୃଦ୍ଧି କରି ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ, ହରିଜନ ଛାତ୍ରଙ୍କୁ ହଷ୍ଟେଲ ସୁବିଧା, ଉକ୍ତ ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତିକରଣ, ବିଦ୍ୟାଳୟ ପରିସରରେ ସାଇକେଲ ଷ୍ଟାଣ୍ଡ ନିର୍ମାଣ, କଦମ୍ବ ବେଢ଼ା ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା l ଉଦଳଗୁଡ଼ା ଠାରେ ଥିବା ପଶୁ ସହାୟକ ଉପକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା, ଆସନା ଠାରେ ନୂତନ ଖେଳ ପଡ଼ିଆ ନିର୍ମାଣ, ଆମ୍ବଗୁଡ଼ା ଦୁରୁଗୁଡ଼ା ଗାଁ ମଝୀ ନାଳରେ କଲଭର୍ଟ ନିର୍ମାଣ, ପଞ୍ଚାୟତରେ ୧୧ ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ଗୋଟିଏରେ ବି ପାଚେରୀ ନାହିଁ ସେ ସବୁ କେନ୍ଦ୍ରରେ ପାଚେରୀ ନିର୍ମାଣ, ସି ସି ରାସ୍ତା, ସୁରକ୍ଷା ପାଚେରୀ,ଫିଲ୍ଡ ଚେନାଲ, ନୂତନ ନଳକୂପ ଖନନ ଆଦି ରହିଥିଲା l ବ୍ୟକ୍ତିଗତରେ ଜମି ମରାମତି ଓ ରାସନ କାର୍ଡ ଆଦି ତିନୋଟି ଅଭିଯୋଗ ରହିଥିଲା l ଏ ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ସାହୁ l ଏ ସବୁ ସମସ୍ୟା ମଧ୍ୟରେ ପ୍ରମୁଖ ଥିଲା ଛାତ୍ର ହଷ୍ଟେଲର ଶଯ୍ୟା ବୃଦ୍ଧି ଓ କଦମ୍ବବେଢ଼ା ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଏହି ଦୁଇଟି ସମସ୍ୟା ଆଜି ସୁଦ୍ଧା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ପାଞ୍ଚ ଥର ଓ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ଦୁଇ ଥର ଲିଖିତ ଅଭିଯୋଗ କରାଯାଇଛି ତଥାପି ପଦକ୍ଷେପ ନିଆଯାଉନଥିବା ନେଇ ପ୍ରଶ୍ନ କରିଥିଲେ ପଞ୍ଚାୟତ ବାସୀ l ଉତ୍ତରରେ କହିଥିଲେ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଏ ଏହି ସମସ୍ୟାର ସମାଧାନ ରାଜ୍ୟ ସ୍ତରରେ ହୋଇ ପାରିବ l ଜିଲ୍ଲାରୁ ରାଜ୍ୟକୁ ପ୍ରସ୍ତାବ ଯାଇଛି ଯେବେ ମଞ୍ଜୁର ହେବ ତେବେ ହଷ୍ଟେଲ ଖୋଲିବ l ସର୍ବସାଧାରଣଙ୍କ ପକ୍ଷରୁ ରାଜ୍ୟ ସ୍ତରରୁ ଅନୁମୋଦନ କରାଇବା ବ୍ୟବସ୍ଥା କରାଗଲେ ଶୀଘ୍ର ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ l ଏହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲି, ପଞ୍ଚାୟତ ବାସୀ ରାଜ୍ଯ ସ୍ତରରୁ ଯଦି ଅନୁମୋଦନ କରିବାର ଅଛି ତେବେ ଏ ଅଭିଯୋଗ ଶୁଣାଣୀ କାହା ସ୍ୱାର୍ଥରେ, ଏହା ଏକ ପ୍ରହସନ, ନାମକୁ ମାତ୍ର ଅଭିଯୋଗ ଶୁଣାଣୀ କାଯ୍ୟରେ ଶୂନ ପରିଲକ୍ଷିତ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜୟନ୍ତୀ କୁସପାରିଆ, ଡାକ୍ତର ଶୁଭ ପ୍ରସାଦ ସାହୁ, ସମିତି ସଭ୍ଯା ଗୋରୀ ହରିଜନ, ନାଏବ ସରପଞ୍ଚ ସରପଞ୍ଚ ରାମସିଂ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ l ପି ଇ ଓ କାଳି ଚରଣ ସ୍ୱାଇଁ, ସହକାରୀ ଯନ୍ତ୍ରୀ ପ୍ରତିଭା ପୋଢ଼, ଏ ଡି ଇ ଓ ସନ୍ତୋଷ କୁମାର ବେହେରା, ଯୋଗାଣ ସହାୟକ ରାମଚନ୍ଦ୍ର ସାନ୍ତା ପ୍ରମୁଖ ପରିଚାଳନା କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l
