ବାଙ୍କୀଲି ଓ ଡୁମ୍ବିରିଗୁଡା ପଞ୍ଚାୟତ ରେ ରେ ବିକାଶ ବାହାନରଥ ଓ ଧରିତି ଆଵା ଜନଜାତୀୟଗୌରବ ଉତ୍କର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋଲନରା:( ସଞ୍ଜୀବ କଣ୍ଡାଗରୀ )ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କୀଲି ପଞ୍ଚାୟତ ଓ ଡୁମୁରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ଶାସନ ଏକ ବର୍ଷ ପୂର୍ତ୍ତି ଅବସର ରେ ପହଞ୍ଚି ଥିବା ବିକାଶ ବାହନ ରଥ କୁ ସ୍ୱାଗତ ଓ ଧରିତ୍ରୀ ଆଵା ଜନଯାତୀୟ ଗୌରବ ଉତ୍କର୍ଷ ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଲନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ହଳଧର ହିମିରିକା ଯୋଗଦେଇ ଅନୁଷ୍ଠାନ କୁ ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ମନିକା ପିରିବାକା ଓ ସମିତି ସଭ୍ୟା ପବିତ୍ର ମୋହନ ହିକକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଙ୍କୀଲି ପଞ୍ଚାୟତ ରେ ସରପଞ୍ଚ କୁନି ମଣ୍ଡାଙ୍ଗି ମୁଖ୍ୟ ଅତିଥି ଓ ସମିତି ସଭ୍ୟା ସୁଜାତା ତୁଳ ଯୋଗ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଜି ପି ଡି ଓ ପ୍ରଶାନ୍ତ କୁମାର ପାଢ଼ୀ, ଡବ୍ଲୁଇଓ ଦେବାଶିଷ ମୁଣ୍ଡ, , ପି ଇ ଓ ମଦନ ମୋହନ ନାୟକ, ଜୀବନ ଜେନା, ଖେଦାପଡ଼ା ସରପଞ୍ଚ ଓ ପି ଇ ଓ ଲିଙ୍ଗରାଜ ତାଡିଙ୍ଗ, ପ୍ରତାପ ହିମିରିକା, ପେସା କୋର୍ଡିନେଟର ଅମିତ କୁମାର ଗାଣ୍ଟା, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସରକାର ମହିଳା ସଶକ୍ତି କରଣ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କ ନିମନ୍ତେ ଅନ୍ତ୍ୟଦୟ ଗୃହ ଯୋଜନା, ନୂତନ ରାସନ୍ କାର୍ଡ ସହ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରା ଯାଇଥିଲା | ଏହି ଅବସର ରେ ସ୍ୱାସ୍ଥ୍ୟ ବିଭାଗ, ବନ ବିଭାଗ ମତ୍ସ୍ୟ ବିଭାଗ, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ତରଫରୁ ଉଭୟ ସ୍ଥାନରେ ପ୍ରଦର୍ଶନୀ ଷ୍ଟଲ୍ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଉଭୟ ପଞ୍ଚାୟତରେ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ, ବନ ବିଭାଗ ପକ୍ଷରୁ ଚାରା ରୋପଣ, ଆୟୁଷ୍ମାନ କାର୍ଡ ଓ ଅନ୍ତ୍ୟଦୟ ଗୃହ ଯୋଜନା ରେ କାର୍ଯ୍ୟାଦେଶ , ଜବ କାର୍ଡ, ଶ୍ରମିକ କାର୍ଡ ଆଦି ବଣ୍ଟନ କରା ଯାଇଥିଲା | ଜି ପି ଡି ଓ ପ୍ରଶାନ୍ତ ପାଢ଼ୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ଓ ପେସା କୋଡିନେଟର ଅମିତ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।