June 17, 2025
ajiro khabar
Share

 

୧-ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’: ଦୁର୍ନୀତିଖୋର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ।ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ୍ ଶୁଣାଇଛନ୍ତି ମୋହନ ।

 

୨-ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି,ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି।

 

୩-କେନ୍ଦ୍ରୀୟ ଦଳର ଝାଡ଼ାବାନ୍ତି ରିପୋର୍ଟ: ମହାମାରୀ ନୂହେଁ, ସ୍ଥାନୀୟ ସଂକ୍ରମଣ।

 

୪-ରଜ ତିନିଦିନ ଧୂମ ବୁଲିଲେ,ଖେଳିଲେ, ପିଠା,ପାନ ଖାଇଲେ, ଆଜି ବସୁମତି ସ୍ନାନ।

 

୫-ଭୁବନେଶ୍ୱର:ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ, ଦୀର୍ଘ ଦିନର ଦାବି ଉପରେ ହେଲା ଆଲୋଚନା।

 

୬-ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଫୁଲୁରି ତେଲ, ଧୀରେ ଧୀରେ ସୁସ୍ଥ ହେବେ ତିନିଠାକୁର।

 

୭-ଗୁଣୁପୁର:ଭୋଜି କରି ଫେରିବା ବେଳେ ଅଘଟଣ , ବଜ୍ରଘାତରେ ୨ ମହିଳା ମୃତ ଓ ୧ ଗୁରୁତର।

 

୮-ଭୁବନେଶ୍ୱର:BMCକୁ ଘାରିଛି ଡେଙ୍ଗୁ ମୁକ୍ତାବିଲା ଚିନ୍ତା,ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା।

 

୯-ନନ୍ଦନକାନନ:ରଜ ତିନିଦିନରେ ବୁଲିଲେ ୭୮ ହଜାର ୩୨୨ ପର୍ଯ୍ୟଟକ।

 

୧୦-ବ୍ରହ୍ମପୁର:ଗୋପାଳପୁରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୭ ଅଟକ।

 

୧୧-ବାଲେଶ୍ୱର:ଘରେ ଶୋଇଥିବା ବେଳେ ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର।

 

୧୨-ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ସ୍ବାସ୍ଥ୍ୟ ମନ୍ତ୍ରୀ

 

୧୩-ସାଲେପୁର:ଅଫିସରେ ନିଶା ଖାଇଥିଲେ ତାପରେ ନିଲମ୍ବିତ ହେଲେ ଅବକାରୀ ବିଭାଗ ଅଧିକାରୀ ରଙ୍କନିଧି ମଲ୍ଲିକ।

 

୧୪-ବିଞ୍ଝାରପୁରରେ ୨ ସପ୍ତାହ ବନ୍ଦ ରହିବ ଢାବା, ଫାଷ୍ଟଫୁଡ ଦୋକାନ, ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ।

 

୧୫-ଆଳି: ପାନିଆ ଯୋରରେ ଗାଧୋଇଲା ବେଳେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର।

 

୧୬-ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ।

 

୧୭-ଇନଭେଷ୍ଟ ଠକେଇ ଘଟଣା: ଭଦ୍ରକରୁ ଉମାଶଙ୍କର ଦୀକ୍ଷିତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ୍।

 

୧୮-ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି ।

 

୧୯-ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ: ଅକ୍ଟୋବର ୫ରେ କଲୋମ୍ବୋରେ ଭାରତ- ପାକିସ୍ତାନ ମୁକାବିଲା।

 

୨୦-ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକିୟା ଜୋରଦାର : କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ହେଲା କମିଟି ଗଠନ।

 

୨୧-ସୁପ୍ରିମକୋର୍ଟ ନିୟମରେ ପରିବର୍ତ୍ତନ, ଏବେ ଶନିବାର ମଧ୍ୟ ଖୋଲା ରହିବ ରେଜିଷ୍ଟ୍ରି।

 

୨୨-ମୁମ୍ବାଇକୁ ବେହାଲ କରିଛି ଲଗାଣବର୍ଷା, ୧୮ ମୃତ : ମଧ୍ୟପ୍ରଦେଶ, ରାଜସ୍ଥାନରେ ମଧ୍ୟ ଗମ୍ଭୀର ସ୍ଥିତି।

 

୨୩-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍‌ରେ ସମ୍ମାନିତ କରିଛନ୍ତି ସାଇପ୍ରସ ରାଷ୍ଟ୍ରପତି।

 

୨୪-ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ,ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ।

 

*🙏 ସୁପ୍ରଭାତ 🙏*

You may have missed