September 29, 2024

ପୁରୀ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

Share

   ସଫଳତାର ସହ ଅନୁଷ୍ଠିତ ହୋଇଛି।ଆୟୋଜିତ ଉତ୍ସବରେ ପୁରୀ ଏସପି ପିନାକ ମିଶ୍ର,ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପତି, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂନ୍ତୋଷ କୁମାର ସେଠୀ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଦାସ,ପ୍ରାଧ୍ୟାପକ ସୁକାନ୍ତ କୁମାର ମହାନ୍ତି ,କିଟ ଓ କିସ ମାନଦ ସମ୍ବଳ ମହାନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।କଳିଙ୍ଗ ଟିଭି ସିନିୟର ରିପୋର୍ଟର ଶୈଳେନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ।୨୦୧୩ ମସିହା ମେ ୧୭ ତାରିଖରେ ବିଶିଷ୍ଟ ସମାଜସେବୀ ,ଶିକ୍ଷାବିତ ,କିଟ ଓ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଆର୍ଟ ଅଫ ଗିଭିଂ ଆରମ୍ଭ କରିଥିଲେ।ବିଶ୍ୱରେ ଶାନ୍ତି,ମୈତ୍ରୀ ଓ ଖୁସିର ପ୍ରସାର,ଯେଉଁଠି ଯେତେବେଳେ ଆବଶ୍ୟକ ସେଠି ସେହି ସମୟରେ ସହଯୋଗର ହାତ ବଢ଼ାଇବା, ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା ଆର୍ଟ ଅଫ ଗିଭିଂର ମୂଳ ଉଦ୍ଦେଶ୍ୟ।ଏହି ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ପୁରୀ ସହରର ବିଭିନ୍ନ ଅନୁଷ୍ଠାନର ୩୦୦ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ ।ଡଃ ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ।ବସ୍ତୁବାଦୀ ଦୁନିଆରେ ବ୍ୟକ୍ତି ବିଶେଷ ନିଜ ବ୍ୟକ୍ତିଗତ ,ସାମାଜିକ ଜୀବନରେ ଦାନ କରିବାର କଳା ଶିଖି ଏହାକୁ ବ୍ୟବହାର କରିବା ପାଇଁ ଅତିଥି ମାନେ ମତ ଦେଇଥିଲେ।ଏହି ଅବସରରେ ଅତିଥିଙ୍କ ସହ ପ୍ରତିନିଧି ଭାବେ ଯୋଗ ଦେଇ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଦ୍ୱାରା ପ୍ରେରଣା ପାଇଥିବା ଛାତ୍ରୀ ଅନ୍ନପୂର୍ଣ୍ଣା ରଥ ଓ ଡଃ ଦେବେନ୍ଦ୍ର କୁମାର ଛୋଟରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କିଟ ଓ କିସ ମାନଦ ସମ୍ବଳ ମହାନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ କିଟ ,କିସ ,କିମ୍ସ ଓ କଳିଙ୍ଗ ଟିଭିର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ