July 1, 2024

ବୁଗୁଡ଼ାରେ ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

Share


ବୁଗୁଡ଼ା : ତା ୧୭/୦୬/୨୪ : ବୁଗୁଡା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କିଛି ଦିନ ହେଲା ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇଛି । ବିଭିନ୍ନ ପରିବା ଦର ଏବେ ଆକାଶଛୁଆଁ ହୋଇଛି । କି.ଗ୍ରା ପ୍ରତି ଦର କ୍ରମରେ ଟମାଟ ଓ କାଙ୍କଡ଼ ୮୦ ଟଙ୍କା, ଫୁଲକୋବି ୭୦ ଟଙ୍କା, ପୋଟଳ , ସଜନା ଛୁଇଁ ଓ ଫୁଲକୋବି ୬୦ ଟଙ୍କା , ଝୁଲଣ ୫୦ ଟଙ୍କା , ଦେଶୀଆଳୁ , ସାରୁ , ବନ୍ଧାକୋବି , କଦଳୀ , ପିଆଜ , ଜହ୍ନି , ତୋରଡା ଓ ଭେଣ୍ଡି ୪୦ ଟଙ୍କା , ଆଳୁ ୩୫ ଟଙ୍କା , ବାଇଗଣ ଓ ଅମୃତଭଣ୍ଡା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା ୨୦୦ ଟଙ୍କା , ରସୁଣ ୧୪୦ ଟଙ୍କା, ପେପସିଗମ୍ ୧୨୦ ଟଙ୍କା ଓ ବିନ୍ସ ୧୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ପନିପରିବା କିଣିବା ବେଳକୁ ଖୁବ୍ ବାଧୁଛି । ପନିପରିବା ଦର ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥ‌ିବା ଦେଖା ଯାଇଛି। ଏକ ପକ୍ଷରେ ସ୍ଥାନୀୟ ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ବାହାରୁ ଆସୁଥ‌ିବା ପରିବା ଉପରେ ବ୍ୟବସାୟୀମାନେ ନିର୍ଭର କରିବାକୁ ପଡୁଛି । ଅନ୍ୟପକ୍ଷରେ ହାତ ଗଣତି କୋତୋଟି ମୁନାଫାଖୋର ବ୍ୟବସାୟୀ ପରିବା ବଜାରକୁ ନିଜ କବଜାରେ ରଖି ଦର ବୃଦ୍ଧି ଘଟାଉଥ‌ିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ବୁଗୁଡା ଅଞ୍ଚଳର ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହୋଇଛି ।

You may have missed