July 1, 2024

ପ୍ରଚଣ୍ଡ ରୌଦ୍ରତାପ ରୁ ତ୍ରାହି ଦେଉଛି ତାଳସଜ। ପାଟିକୁ ମଜା ପେଟକୁ ଥଣ୍ଡା।

Share

 

ବୋଲଗଡ଼,(ଉପାନ୍ତ ଖବର):ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାରର ଫଳ ମଧ୍ୟରୁ ପଇଡ଼,ତରଭୁଜ,କାକୁଡି ଭଳି ତାଳସଜ ହେଉଛି ଅନ୍ୟତମ ଏବଂ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ। ଖରାଦିନରେ ତାଳସଜ ଖାଇବାକୁ ସମସ୍ତେ ଭଲପାଆନ୍ତି। ତାଳ ହେଉଛି ଏକ ରୁତୁକାଳିନ ଫଳ ସେଥିପାଇଁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି। ପ୍ରଚଣ୍ଡଖରାରେ ତାଳସଜର ବେସ୍ ଚାହିଦା ରହିଛି। ଯାହା ଫଳରେ ତାଳସଜର ଦର ବଢିବାରେ ଲାଗିଛି।ଖରାଦିନେ କେବଳନୁହେଁ ତାଳ ଓ ତାଳଗଛର ଚାହିଦା ବର୍ଷସାରା ରହିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାଳଗଛ ବହୁ ପରିମାଣରେ କମିବାରେ ଲାଗିଛି।ଯାହାକି ବଜ୍ରପାତ ବଢିବାରେ ଲାଗିଛି ବୋଲି ପରିବେଶବିତ୍ ମାନେ ମତ ରଖିଥାନ୍ତି। ସେହିପରି ଶୀତଦିନେ ତାଳଗଛର ରସ ବା ତାଡିକୁ ସଂଗ୍ରହ କରି ଆଦିବାସୀ ଲୋକ ମାନେ ମୃଦୁନିଶା ଭାବରେ ସେବନ କରିଥାନ୍ତି। ସେହିପରି ପାଚିଲା ତାଳରସରେ ପିଠା କରିବାପାଇଁ ଲୋକ ମାନଙ୍କ ମଧ୍ୟରେ ବହୁତ ଚାହିଦା ରହିଛି। ଏହି ତାଳ ଗାଁ ଗହଳିରେ ପ୍ରାୟ ମିଳିଥାଏ କିନ୍ତୁ ତାଳସଜର ଚାହିଦାକୁ ଦେଖି ସହର ଅଞ୍ଚଳର ରାସ୍ତା କଡ଼ରେ ବିକ୍ରି କରାଯାଇଥାଏ। ବିଶେଷ କରି ଖରାଦିନେ କିଛି ଲୋକମାନେ ତାଳସଜକୁ ଗରମ ଦିନରବନ୍ଧୁ କହିଥାନ୍ତି। ଏହି ତାଳ ସଜ ପାଟିକି ଯେପରି ସ୍ୱାଦିଷ୍ଠ ପେଟକୁ ସେହିଭଳି ଥଣ୍ଡା ପ୍ରଦାନ କରିଥାଏ।ଆୟୁର୍ବେଦ ପୁସ୍ତକ ଅନୁସାରେ ତାଳସଜ ଖାଇବା ଦ୍ଵାରା ଶରୀର ର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଏହା ଏସିଡିଟି ଦୁର କରିବାର କାମକରିଥାଏ। ତାଳସଜରେ ବହୁସାରା ପୋଷକତତ୍ୱ ଭିଟାମିନ ବି-୧୨ ,ପୋଟାସିୟମ ମିଳିଥାଏ।ଏବଂ ବହୁ ପରିମାଣରେ ମିନେରାଲ ମିଳିଥାଏ। ଯାହାକି ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ଲିଭରକୁ ସୁସ୍ଥ ରଖିଥାଏ। ଏହିତାଳଗଛ ଖୁବ୍ କମ୍ ଯାଗାରେ ହୋଇ ଥାଏ। ତାଳଗଛ କୁ ସମସ୍ତ ଲଗାଇବା ଜରୁରି ଅଟେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed