ଧଳା ଜହର ର ପେଣ୍ଠ ସ୍ଥଳୀ ପାଲଟିଛି କୁଜଙ୍ଗ ଅଞ୍ଚଳ

( ଧଳା ଜହର ର ପେଣ୍ଠ ସ୍ଥଳୀ ପାଲଟିଛି କୁଜଙ୍ଗ ଅଞ୍ଚଳ,) ୧- ଧଳା ଜହର ର ପେଣ୍ଠ ସ୍ଥଳୀ ପାଲଟିଛି କୁଜଙ୍ଗ ଅଞ୍ଚଳ, ହେଲେ ଏଠି ପ୍ରଶାସନ ଚୁପ୍, ଧଳା ଜହର ଆସୁଛି କେଉଠୁ, ଆଣୁଛି କିଏ, ବିକୁଛି କିଏ, କୁଜଙ୍ଗ ଅଞ୍ଚଳ ତଥା ତିନି ପଞ୍ଚାୟତ ରେ ଜମୁଛି ଧଳାଜହର, ଝୁମୁଛନ୍ତୀ ଯୁବଗୋଷ୍ଠୀ ,୨- ଗୋପିଆକୁଦ, ଗାଣ୍ଡକିପୁର, ଓ ଫତେପୁର ପଞ୍ଚାୟତ ରେ , ୩- ଦିନକୁ ଦିନ ଧଳା ଜହର ର ଶିକାର ହେଉଛନ୍ତି ୧୬ ରୁ ୨୦ ବର୍ଷ ବୟସର ପିଲା,୪- ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ କୁଜଙ୍ଗ ପୋଲିସ୍ ଓ ଅବକାରୀ ବିଭାଗ,୫- କେବେ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ କୁଜଙ୍ଗ ପୋଲିସ୍ ଓ ଅବକାରୀ ବିଭାଗ ର, ୬- କେବେ ମୁକ୍ତ ହେବ କୁଜଙ୍ଗ ଅଞ୍ଚଳ ର ଯୁବକ ମାନେ। ଏପରି ନିଶା କାରବାର ଦେଖିବାକୁ ମିଳୁଛି କୁଜଙ୍ଗ ଥାନା ଅଧିନ ବିଭିନ୍ନ ପଞ୍ଚାୟତ ତଥା ଗୋପିଆକୁଦ, ଗଣ୍ଡକିପୁର,ଓ ଫତେପୁର ପଞ୍ଚାୟତ ର ବିଭିନ୍ନ ଗଳି କନ୍ଦିରେ। ପ୍ରତ୍ୟେକ ଦିନ ବହୁ ଶିକ୍ଷିତ ଯୁବକ ମାନେ ଏହି ଧଳା ଜହର ସେବନ କରି ନିଜ ଜୀବନକୁ ନଷ୍ଟ କରୁଛନ୍ତି। ଯାହାକି ଅଭିଭାବକ ମାନେ ଚିନ୍ତାରେ ପଡ଼ିଛନ୍ତି । ରାଜଧାନୀ ଭୁବନେଶ୍ବର ରେ କମିଶନରେଟ୍ ପୋଲିସ୍ ଘନ ଘନ ଚଢ଼ାଉ ପରେ ଏବେ ନିଶା ବେପାରୀ ମାନେ ରାଜ୍ୟର କେନ୍ଦ୍ରାଞ୍ଚଳ ରେ ଅବସ୍ଥିତ ତଥା କୁଜଙ୍ଗ ଅଞ୍ଚଳ ମୁହାଁ ହୋଇଛନ୍ତି। ଦୀର୍ଘଦିନ ହେଲା କୁଜଙ୍ଗ ଅଞ୍ଚଳ ରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ନିଶା ପ୍ରତି ଆକର୍ଷିତ ଥିବା ଯୁବଗୋଷ୍ଠୀ କୁ ସେମନେ ଯୋଜନାବଧ୍ୟ ଭାବେ ନିଜର ନେଟ୍ ୱାର୍କ ବଢାଇଛନ୍ତି। ଯେତେ ବେଳେ ନିଶାର ଆବଶ୍ୟକ ପଡୁଛି , ପାଖରେ ଟଙ୍କା ନାହିଁ ସେଇ ସମୟରେ ଘରୁ ଚୋରି କରିବା ସହ ପରିବାରଙ୍କୁ ଧମକାଇ ଟଙ୍କା ଆଣି ଏ ନିଶାକୁ ସେବନ କରୁଛନ୍ତି। ବେଳେ ବେଳେ ଏ ନିଶା ପାଇଁ ବିଭିନ୍ନ ଦୋକାନରୁ ଚୋରୀ କରିବା ସହ ରାତି ଅଧରେ ବାଟୋଇ ଙ୍କୁ ଛୁରା ଦେଖାଇ ଟଙ୍କା ସୁନା ଲୁଟି କରି ଏ ନିଶା ତଥା ଧଳାଜହର କୁ ସେବନ କରୁଛନ୍ତି। କୁଜଙ୍ଗ ଅଞ୍ଚଳ କୁ କିଏ ଧଳା ଜାହର ଆଣୁଛି ଓ କିଏ ଏହାକୁ ବିକୁଛି କେବେ ଏହାର ନିପାତ ହେବ କେବେ ଏ ଅଞ୍ଚଳ ର ଯୁବଗୋଷ୍ଠୀ ଭଲ ବାଟକୁ ଆସି , ପାରିବାର ରେ ସୁଖ ଶାନ୍ତି ଆସିବ ବୋଲି ଜଣେ ମା ନିଜ ପୁଅ ପାଇଁ ଓ କୁଜଙ୍ଗ ଅଞ୍ଚଳର ଶିକ୍ଷିତ ପିଲା ମାନଙ୍କ ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )