June 29, 2024

ଭାଜପାର ନିର୍ବାଚନୀ ପ୍ରଚାର , ବୁଗୁଡ଼ାରେ ବିଶାଳ ବାଇକ୍ ଶୋଭାଯାତ୍ରା

Share


ବୁଗୁଡା : ତା ୧୭/୦୫/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ଭାଜପା ପକ୍ଷରୁ ଆଜି ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି । ବ୍ରହ୍ମପୁରର ପ୍ରାକ୍ତନ ସାଂସଦ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର , ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଏମ୍. ସଞ୍ଜୁ , ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା ଓ ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡାଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତାଙ୍କ ଗହଣରେ ପୋଲସରା ବିଧାନସଭା ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବୁଗୁଡା ଉପକଣ୍ଠସ୍ଥ ସନ୍ତୋଷୀ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରାରେ ବାହାରି ଏନ୍ଏସିର ବିଭିନ୍ନ ଓ୍ବାର୍ଡକୁ ପରିକ୍ରମା କରିଥିଲେ । ଏ ଅବସରରେ ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦଙ୍କୁ ବିଭିନ୍ନ ସ୍ଥାନରେ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ଯୋଡହସ୍ତରେ ଭୋଟରଙ୍କୁ ବିନମ୍ର ନିବେଦନ କରିଥିଲେ । ଉକ୍ତ ଆକର୍ଷଣୀୟ ବାଇକ୍ ଶୋଭାଯାତ୍ରା ଅଂଶ ଗ୍ରହଣ କରିଥିବା କର୍ମୀ ଓ କର୍ମକର୍ତ୍ତା ବହୁତ ଉତ୍ସାହିତ ଥିଲାବେଳେ ଏହି ଶୋଭାଯାତ୍ରା ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ।