ହନୁମାନ ପ୍ରତିମୂର୍ତ୍ତି -ଜମି ଜାଗା କୁ ନେଇ ବିବାଦ ଗାଳି ଗୁଲଜ….
ଗଞ୍ଜାମ ଥାନା ଅଧୀନସ୍ଥ ଦାମୋରପୁର ଗ୍ରାମର ହନୁମାନଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ଆଲୋଚନା ଚାଲିଥିବା ବେଳେ ବସନ୍ତ ଦାସ ତାଙ୍କ ସ୍ତ୍ରୀ ଓ ପୁଅ,ତଥା ରାଧା ଦାମୋଦର ମନ୍ଦିର ର ମାଲିକ ବୋଲାଉଥିବା ଜ୍ୟନିକ ମହିଳା ଜଣକ ଆଶ୍ଳୀଶ ଭାଷା ରେ ଜାତୀ ସମ୍ପର୍ଯ୍ୟଦୟକ କୁ ନେଇ ଗାଳି ଗୁଲଜ କରିବା ସହ ଗ୍ରାମବାସି ଆକ୍ଷେପ କରି ଗ୍ରାମର ଜୈନେକ ଯୁବକକୁ ମାଡ଼ ମାରିଥିଲେ l ଏଥି ସହ ମା ଓ ପୁଅ ତୁମ ଗ୍ରାମର ଅଧା ଲୋକ ମୋର ଜାଗାରେ ଘର କରିଛନ୍ତି l ମୁଁ ଚାହିଁଲେ ତୁମ ମାନଙ୍କୁ ଗ୍ରାମ ରୁ ବାହାର କରିଦେବି ବୋଲି ଧମକ ଦେଇଥିଲେ l ଉକ୍ତ ଖବର ଗ୍ରାମ ରେ ପ୍ରଚାରିତ ହେବା ପରେ ଶହ ଶହ ମହିଳା ଓ ପୁରୁଷ ଘଟଣା ସ୍ଥଳରେ ଏକତ୍ରିତ ହେବା ସହ ମା ଓ ପୁଅଙ୍କୁ ଗାଳି ଗୁଲଜ ଓ ମାଡ଼ ମାରିବା ପ୍ରତିବାଦ ରେ ପ୍ରାୟ ଅଢେଇ ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକ ରଖିଥିଲେ l ଖବର ପାଇ ଗଞ୍ଜାମ ଥାନା ଏସ ଆଇ ଅନିରୁଦ୍ଧ ସ୍ୱାଇଁ ଘଟଣା ସ୍ଥଳରେ
ପହଞ୍ଚି ଲୋକ ଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ l ଫଳରେ ପୁଲିସ କୁ ନାକେଦମ ହେବାକୁ ପଡିଥିଲା l ପୁଲିସ ଯେତେ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ l ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା l ଏନେଇ ମାଡ଼ ଖାଇଥିବା ଯୁବକ ରଞ୍ଜନ ବେହେରା କହିବା ଅନୁଯାଇ ହନୁମାନଙ୍କ ବର୍ଷକ ପୂଜା ପାଇଁ ଆଲୋଚନା ଚାଲିଥିବା ବେଳେ ସେ ଆସି ମୋ ଜାଗାରେ ଜେ ସି ବି ଲଗାଇବାକୁ ତୁମେମାନେ କିଏ କହିବା ସହ ମୋ ଉପରକୁ ହାତ ଉଠାଇଥିଲେ l ଏବଂ ଗ୍ରାମର ଜୈନେକ ମାଛ ବ୍ୟବସାୟୀ ବୀରବର ବେହେରା ଏହାର ବାରଣ କରିବା ବେଳେ ତାଙ୍କ ହାତକୁ କାମୁଡିବାକୁ ଚେଷ୍ଟା କରିଥିଲେ l ଉକ୍ତ ଘଟଣା ନେଇ ଗ୍ରାମର ଅପ୍ରୀତି କର ପରିସ୍ଥିତି ସୁଷ୍ଟି ହେଇଥିଲା ଗଞ୍ଜାମ ଆଇ. ଆଇ. ସି. ସୁମିତ୍ରା ପାତ୍ର ଆସି ଶତାଧିକ ମହିଳା ଓ ଯୁବକ ଙ୍କୁ ଆଲୋଚନା କରି ଏହାର ସମାଧାନ କରିଥିବା ଦେଖିବାକୁ ମିଳିଛି l(ପ୍ରଦୀପ କୁମାର ପଣ୍ଡା)