ଉମରକୋଟ କୃଷି ଫାର୍ମ ପରିଚାଳକଙ୍କ ଵିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ, ଆମ୍ବ ଓ କାଜୁ ବଗିଚାର ନିଲାମ କରିଥିବା ଅଭିଯୋଗ……
ଉମରକୋଟ :- ନିୟମ ଅନୁସାରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲେ କୌଣସି ନୂତନ କାର୍ଯ୍ୟ କିମ୍ୱା ଟେଣ୍ଡର କିମ୍ୱା ନିଲାମ ଇତ୍ୟାଦି କାର୍ଯ୍ୟ ହେଇ ପାରିବ ନାହିଁ। ଯାହା କି ନିର୍ବାଚନ ଆଚରଣ କୁ ଖୋଲମ ଖୋଲା ଉଲଂଘନ ବୋଲି ଧରାଯିବ। ଏହା ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ସରକାରି କୃଷୀ ଫାର୍ମ ଅଧୀନରେ ଥିବା ଆମ୍ବ ଓ କାଜୁ ବଗିଚା ସରକାରଙ୍କ ସମସ୍ତ ନୀୟମ କୁ ବେଖ।ତିର କରି, ବ୍ୟବସାୟୀଙ୍କ ସହ ମଧୁ ଚନ୍ଦ୍ରିକା ରଖି ନିଲାମ କରି ଦେଇଥିବା ଅଭିଯୋଗ ହେଇଛି। ମିଳିଥିବା ଖବର ଅନୁସାରେ ଉମରକୋଟ କୃଷି ଫାର୍ମ ରେ ସାନ କୁମାରୀ ଗ୍ରାମ ରେ ପ୍ରାୟ ୨୦ ଏକର ଆମ୍ବ ବଗିଚା ଓ ସାନ କୁମାରୀ ବନ୍ଧପଡ। ଠାରେ ପ୍ରାୟ ୩୦ ଏକର କାଜୁ ବଗିଚା ରହିଛି। ତେବେ ପ୍ରାୟ ପ୍ରତିବର୍ଷ ମାର୍ଚ୍ଚ ମାସ ରେ ଖବର କାଗଜ ରେ ବିଜ୍ଞାପନ ଦିଆ ଯିବା ସହ ବିଭିନ୍ନ ଛକ, ସରକାରି ଅଫିସ ରେ ନୋଟିସ ମାରିବା ସହ ମାଇକ ଘଷାଣ। ମଧ୍ୟ ବିଭାଗ ପକ୍ଷରୁ କରା ଯାଇ ଥାଏ। ଏପ୍ରିଲ ମାସର ପ୍ରଥମ ସପ୍ତାହ ରେ ନିଲାମ ପ୍ରକ୍ରିୟା ସମ୍ପନ୍ନ ହେଇ ନିଲାମ ରେ ସଫଳ ହେଇଥିବ ବ୍ୟକ୍ତି କୁ ବର୍ଷକ ବଗିଚା ପାଇଁ ହସ୍ତାନ୍ତର କରାଯାଇ ଥାଏ। କିନ୍ତୁ ଚଳିତ ବର୍ଷ କିଛି ନିର୍ଦ୍ଧିଷ୍ଟ ବ୍ୟବସାୟୀ ଙ୍କ ସହ ମଧୁ ଚନ୍ଦ୍ରିକା ରଖି ଫାର୍ମ ପରିଚାଳକ ଓ ଓଭରସିୟର ମାର୍ଚ୍ଚ ମାସ ରେ ନିଲାମ ନ କରି ନିର୍ବାଚନ ଅ।ଚରଣ ବିଧି ଲାଗୁ ହେଇଥିବା ସତ୍ତ୍ବେ କୌଣସି ଖବର କାଗଜ କୁ ବିଜ୍ଞାପନ ନ ଦେଇ, ଏପରି କି ଉମରକୋଟ ର କୌଣସି ସରକାରୀ ଅଫିସ ରେନିଲାମ ନୋଟିସ ନ ମାରି ଓ କୌଣସି ଡାକ ବାଜି ଯନ୍ତ୍ର ରେ ଘୋଷଣା ନ କର।ଯାଇ ନିଲାମ କରି ଦେଇଥିବା ଅଭିଯୋଗ ହେଇଛି। ଏପରିକି ନବରଙ୍ଗପୁର ଏନ୍ଆଇସି କୁ ମଧ୍ୟ ନ ଜଣ। ଯାଇ ଏପ୍ରିଲ ୩୦ ତାରିଖ ଦିନ ଅଫିସ ଭିତରେ ବିଜ୍ଞାପନ ନୋଟିସ ମାରି, ଟେଣ୍ଡର ପେପର ଗ୍ରହଣ କରି ମେ ୧ ତାରିଖ ଦିନ ଖୋଲି ଦେଇ ଥିବା ଅଭିଯୋଗ ହେଇଛି। କୃଷୀ ଫାର୍ମ ର ଅଧିକାରୀଙ୍କ ଏହି ପରି ନିୟମ ବିରୋଧୀ କାର୍ଯ୍ୟ ଯୋଗୁ ବହୁ ଇଛୁକ ବ୍ୟକ୍ତି ଟେଣ୍ଡର ପ୍ରିକ୍ରୀୟ। ରେ ଅଂଶ ଗ୍ରହଣ କରି ପାରିନ ଥିବା ଅଭିଯୋଗ ହେଇଛି। ଗତ ବର୍ଷ ଯେଉଁ ଆମ୍ବ ବଗିଚା ଓ କାଜୁ ବଗିଚା ନିଲାମ ହେଇ ଥିଲା ସେଥିରୁ ଅଡେ଼ଇ ରୁ ୩ ଲକ୍ଷ ଟଙ୍କା ରେ ନିଲାମ ହେଇ ପାରିଥୀଲା ବର୍ତ୍ତମାନ ସେହି ଆମ୍ବ ବଗିଚା ୧,୬୨,୫୦୦ ଟଂକା ଓ କାଜୁ ବଗିଚାକୁ ୧,୬୦,୦୦୦ କାଗଜ କଲମ ରେ ନିଲାମ ଦେଖାଇ ଦେଇଥିବା ଅଭିଯୋଗ ହେଇଛି। ଏହା ତଦନ୍ତ ସ।ପେକ୍ଷ ଓ କେଉଁ ବ୍ୟବସାୟୀ ଙ୍କୁ ଅନୁଗ୍ରହ ଦେଖାଇ ଫାର୍ମ ର ସରକାରୀ ବାବୁ ମାନେ ଏପରି କାର୍ଯ୍ୟ କଲେ ତଦନ୍ତ ପରେ ହିଁ ଜଣା ପଡିବ। ଯେଉଁ ବଗିଚାକୁ ମାର୍ଚ୍ଚ ମାସ ରେ ନିଲାମ କରିବା କଥା ତାକୁ କାହିଁକି ମେ ମାସ ରେ କରା ଗଲା? ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବ ବେଳେ ଫାର୍ମ କର୍ତ୍ତୃପକ୍ଷ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଅନୁମତି ନେଇଛନ୍ତି କି ନାହିଁ? ଏହି ସବୁ ଉଚ୍ଚ ସ୍ତରୀୟ ତଦନ୍ତ ପରେ ହିଁ ଜଣା ପଡିବ। ବିଳମ୍ୱ ହେବାରୁ ବହୁ କାଜୁ ଓ ଆମ୍ବ ଚୋରି ହେଇ ଗଲା। ଯାହା ଦ୍ଵାରା କି ସରକାର ଙ୍କୁ ବହୁ କ୍ଷତି ହେଲା। ଏଥି ପାଇଁ ଦାୟୀ କିଏ? କେଉଁ ସ୍ବାର୍ଥ ରଖି ଏହୀ କୃଷୀ ଫାର୍ମ ର ଅଧିକାରୀ ମାନେ ୨ ରୁ ୩ ଜଣ ଲୋକଙ୍କୁ ନେଇ ଲୁଚା ଛପା ରେ ଟେଣ୍ଡର କାମ ସରାଇ ଦେଲେ? ତୁରନ୍ତ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଏହାର ତଦନ୍ତ କରି ଦୋଷୀ ସରକାରି ଅଧିକାରି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଈଁ ସଧାରଣ ରେ ଦାବୀ ହେଉଛି। ନିର୍ବାଚନ ଆଚରଣ ବିଧି କୁ ମାନି ସମସ୍ତ କାର୍ଯ୍ୟ କରାଯାଇଛି ଏଥିରେ କିଛି ଉଲଙ୍ଗନ ହେଇନି, ଆଉ ଲିଭିଙ୍ଗ ପ୍ଲାଣ୍ଟ ର ନିଲାମ ଯେ କୌଣସି ସମୟ ରେ ମଧ୍ୟ କରାଯାଇପାରିବ ଓ ଏହା ନବରଙ୍ଗପୁର ଏନ୍.ଆଇ.ସି. କୁ ଜଣା ଯାଇଛି ଓ ବ୍ଲକ ଅଫିସ ଓ ବିଭିନ୍ନ ଛକ ଠାରେ ନିଲାମ ନୋଟିସ ମର। ଯାଇଛି ବୋଲି ଫାର୍ମ ପରିଚାଳକ ପ୍ରଶାନ୍ତ କୁମାର ବାଗ ନିଜ ମନ୍ତବ୍ୟ ରେ ସଫେଇ ଦେଇଛନ୍ତି। ଅପର ପକ୍ଷେ ବ୍ଲକ୍ କାର୍ଯ୍ୟଳୟ ଠାରେ ଉମରକୋଟ ଫାର୍ମ ର କୌଣସି ନିଲାମ ନୋଟିସ ମର। ଯାଇ ନ ଥିବା ଉମରକୋଟ ବିଡିଓ କହିଛନ୍ତି।(ଏମ୍.ଦୀନା°ଶୁ ଆଚାରୀ)