March 11, 2026

ଛଇତନା ସରପଞ୍ଚ ରୀନା ପ୍ରଧାନ ହଜାର ହଜାର ମହିଳାଙ୍କୁ ନେଇ କରିଲେ ବିଜେଡି କର୍ମୀ ସମାବେଶ ….

buj
Share


ଆଜି ସନ୍ଧ୍ୟାରେ ଛଇତନା ମେଳଣ ପଡିଆରେ ହଜାର ହଜାର ମହିଳାଙ୍କୁ ନେଇ ବିଜେଡିର କର୍ମୀ ସମାବେଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଛଇତନା ଗ୍ରାମପଞ୍ଚାୟତ ର ସରପଞ୍ଚ ରୀନା ପ୍ରଧାନଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀ ବିଜେଡିର ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି, ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଧର୍ମପତ୍ନୀ ବିଷ୍ନୁପ୍ରିୟା ମହାନ୍ତି, ସଦର ସଭାପତି ଶ୍ରୀପ୍ରକାଶ ମିଶ୍ର, ପୁରୀଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ଛଇତନା ସମିତିସଭ୍ୟ କାଳୁ ସ୍ୱାଇଁ ଙ୍କ ସହିତ ବରିଷ୍ଠ ବିଜେଡି ନେତାମାନେ ଯୋଗଦେଇ କିଭଳି ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଙ୍କୁ ଜିତାଇବା ପାଇଁ ନିଜ ନିଜର ମତ ରଖିଥିଲେ l ସର୍ବ ଶେଷରେ ମହେଶ୍ୱର ମହାନ୍ତିଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି ନିଜ ଅଭିଭାଷଣ ରେ କହିଥିଲେ କି ମହେଶ୍ୱର ମହାନ୍ତି ଥିବାବେଳେ ଯେମିତି ଆମ ଦୁଆର ଆପଣ ମାନଙ୍କ ପାଇଁ ସବୁବେଳେ ଖୋଲାଥିଲା ଏବେବି ଆପଣ ମାନଙ୍କ ପାଇଁ ଆମ ଦୁଆର ସବୁବେଳେ ଖୋଲା ଅଛି ତେଣୁ ଆପଣମାନେ ମୋ ପୁଅକୁ ଏହି ନିର୍ବାଚନ ରେ ଜିତାଇ ପୁରୀ ଏବଂ ପୁରୀ ସଦର ର ସମସ୍ୟା ଦୂର କରିବାପାଇଁ ମୋର ବିନମ୍ର ଅନୁରୋଧ l ସେହିଭଳି ଜିଲ୍ଲା ସଭାପତି ନିଜ ଅଭିଭାଷଣ ରେ କହିଥିଲେ କି ଆପଣ ମାନେ ଭୋଟ ଦେଲାବେଳେ ଗୋଟେ ଶଙ୍ଖ ଗୋଟେ ଫୁଲ ଚିନ୍ତା ନକରି ଦୁଇଟି ଯାକ ଶଙ୍ଖ କୁ ଭୋଟ ଦେଇ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)