ଆଜିର ଖବର..

ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ଅଧିକାଂଶ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ହୋଇପାରେ
ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ମାଗଣା ୟୁପିଏସସି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ ୪,୧୮୫ ମିଟର ଖୋର୍ଦ୍ଧା- ବଲାଙ୍ଗୀର ପ୍ରକଳ୍ପର ଟନେଲ୍ ଟି-୪ ଖୋଲିଲା
ଆଜି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ।
ସମ୍ବଲପୁରରେ ଏପ୍ରିଲ ୨୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆଜିଠୁ ପଞ୍ଜିକରଣ ଆରମ୍ଭ।
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଉପକୂଳ ଜିଲ୍ଲାରେ ନଅଟି ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ।
ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ଵ ସ୍ବତନ୍ତ୍ର ସୁରକ୍ଷା ବାହିନୀ ହାତରେ ରହିବ, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ।
ଏଥର ମୃତଦେହ ପରିବହନ ପାଇଁ ରହିବ କଲ ସେଣ୍ଟର ଭଳି ସୁବିଧା।
ଟାଟା ପାୱାର କରାମତି। ଭୁବନେଶ୍ୱର କେଶରୀନଗର ବସ୍ତିରେ ବିନା ମିଟର ରିଡିଙ୍ଗରେ ୧୮ ହଜାର ଟଙ୍କା ବିଲ୍।
ସୁନ୍ଦରଗଡ଼ ଏମ୍ସିଏଲ୍ କ୍ଷେତ୍ର ଗୋପାଳପୁର କନିକା ଆର୍ଯ୍ୟନ୍ କୋଲ୍ ୱାସେରି ସିଲ୍। ଲାଇସେନ୍ସ ରଦ୍ଦ
କେନ୍ଦୁଝର ଝୁମ୍ପୁରାରେ ଦୋକାନ ଭିତରକୁ ପଶିଗଲା କାର, ବ୍ୟବସାୟୀ ଆହତ
ଗଂଜାମରେ ମେଡିକାଲରୁ ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଲକ୍ଷ୍ମୀ ମହାରଣା ଫେରାର ହେବାର ୯ ମାସ ପରେ ବିଶାଖାପାଟଣାରୁ ଗିରଫ
ବାଲେଶ୍ୱରର ସୋର କଲେଜଛକ ରାସ୍ତାରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଢେଙ୍କାନାଳ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ , ଜ୍ବାଇଁଙ୍କ ଘରୁ ୨୨ ଲକ୍ଷ ଟଙ୍କା ଜବତ।
ଲାଞ୍ଚ ନେବା ମାମଲାରେ ନୟାଗଡ଼ ଶରଣକୁଳ ଥାନା ସବ ଇନ୍ସପେକ୍ଟର ଗିରଫ।
ମୟୁରଭଞ୍ଜ ରାଇରଙ୍ଗପୁର ରେ ବେଆଇନ୍ ଗୋରୁ ବୋଝେଇ ୪ଟି ଟ୍ରକ୍ ଜବତ, ୧୦୫ ଗାଈ-ବଳଦ ଉଦ୍ଧାର
କୋରାପୁଟ ବୋରିଗୁମ୍ମାରେ ହେଟା ବାଘ ଆତଙ୍କ, ଗୁହାଳରେ ପଶି ବାଛୁରୀକୁ କଲା ଆକ୍ରମଣ
ଯାତ୍ରା ମାଲିକ ସଂଘକୁ ଯାତ୍ରା କଳାକାରଙ୍କ ଚେତାବନୀ, ବାସନ୍ଦ ଉଠାଅ, ନ ହେଲେ ଯାତ୍ରା ବନ୍ଦ।
ବାଲେଶ୍ଵର ସୋର କଲେଜଛକ ରାସ୍ତାରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ।
ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଜେଲ୍ରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ।
ଏଥର ଦୁଇ ଚକିଆ ଯାନ କିଣିଲେ ମିଳିବ ୨ଟି ମାଗଣା ହେଲମେଟ୍।
କ୍ରିକେଟ ଆଇପିଏଲରେ ସୁପର ଓଭରରେ ରାଜସ୍ଥାନକୁ ହରାଇ ଶୀର୍ଷରେ ଦିଲ୍ଲୀ।
ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି।
ବିନୋଦ କାମ୍ବଲିଙ୍କୁ ମାସିକ ୩୦,୦୦୦ ଦେବେ ସୁନୀଲ ଗାଭାସ୍କର
ୱାକଫ୍ ଆଇନ ଉପରେ ଆଜି ପୁଣି ହେବ ‘ସୁପ୍ରିମ୍’ ଶୁଣାଣି, ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ, ଦେଲେନି ଅନ୍ତରୀଣ ରାୟ।
ଟ୍ରେନରେ ଟଙ୍କା ଉଠାଇବା ଏଟିଏମ୍ ସେବା ପରୀକ୍ଷାମୂଳକ ଭାବରେ ଆରମ୍ଭ କରିଛି ଭାରତୀୟ ରେଳବାଇ
ସୁନା ଦର ଟପିଲା ୯୬ ହଜାର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ପ୍ରତି ୯୬,୧୭୦ ଟଙ୍କା, ୨୨ କ୍ୟାରେଟ୍ ୧୦ ଗ୍ରାମ୍ ପ୍ରତି ୮୮,୧୫୦ ଟଙ୍କା
=======================
ଆଜି ବିଶ୍ୱ ହେମୋଫିଲିଆ ଦିବସ
ଆଜି ଜନ୍ମଦିନ: ଚନ୍ଦ୍ରଶେଖର, ଆଶାରାମ ବାପୁ, କଳ୍ପନା ଆୟାର, ଦିନେଶ ମୋଙ୍ଗିଆ, ଗୀତ ସେଠୀ, ମହେଶ୍ୱର ବାଗ (ନେତା, ବାଲେଶ୍ଵର)
ଆଜି ତିରୋଧାନ: ବିକୁ ପଟନାୟକ, ସର୍ବପଲ୍ଲୀ ରାଧାକୃଷ୍ଣନ, ନିତ୍ୟାନନ୍ଦ ମହାପାତ୍ର
ଇତିହାସରେ ଆଜି ଦିନ: (୧୯୫୨) ଭାରତର ପ୍ରଥମ ଲୋକସଭା ଗଠିତ/ (୧୯୯୬) ଭାରତୀୟ ରେଳବାଇ ଦ୍ବାରା ଏଡସ ରୋଗୀଙ୍କୁ ଯାତାୟାତ ମନା/ (୧୯୭୭) ଜନତା ପାର୍ଟିରେ ଇଣ୍ଡିପେଣ୍ଡେନ୍ସ ପାର୍ଟିର ବିଲୟ/ (୧୯୭୦) ଚନ୍ଦ୍ର ମିଶନରୁ ଆପୋଲୋ ୧୩ ଫେରିଲା/ (୧୯୪୬) ସିରିଆ ସ୍ୱାଧୀନ ହେଲା/
=======================
*ବନ୍ଦେ ଉତ୍କଳ ଜନନୀ*