March 17, 2025

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ପ୍ରଚେଷ୍ଟାରେ ଅପହୃତ ଶିଶୁ ପୁତ୍ର ଉଦ୍ଧାର।

Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର୍ ବାଲିପାଟପୂର ଗ୍ରାମର କେଶବ ବେହେରା ଙ୍କ ପୁଅ ଚନ୍ଦନ ବେହେରା ବୟସ ୬ ବର୍ଷ ଙ୍କୁ ଅଜଣା ବ୍ୟକ୍ତି ଚୋକେଲଟ ଦେଇ ନେଇ ଯାଇଥିଲେ । ପୁଅକୁ ବହୁ ଖୋଜା ଖୋଜି କରି ନପାଇ ପିତା କେଶବ ବେହେରା ଟାଙ୍ଗୀ ଥାନାରେ ଏତଲା ଦେଲେ। ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଉଦିତ୍ୟ ନାରାୟଣ ପ୍ରହରାଜ, ସହ ସଂଯୋଜକ ଏସ ମ ଦିବ୍ୟ ପ୍ରକାଶ, ଖୋର୍ଦ୍ଧା ପ୍ରଖଣ୍ଡ ସମ୍ପାଦକ ଅଜୟ କୁମାର ମାଝୀ ଓ ବଜରଙ୍ଗ ଦଳର ସମସ୍ତ କର୍ମୀ ମାନଙ୍କ ପ୍ରଚେଷ୍ଟାରେ ଆଜି ମଧ୍ୟାହ୍ନ ୧୨. ଘ. ସମୟରେ ଖବର ମିଳିଲା ଅପହୃତ ଶିଶୁ ବଡମ୍ବାରେ ଅଛି। ଖବର ପାଇ ଟାଙ୍ଗୀ ଥାନାର ଆଇ ଆଇ ସି, ତାଙ୍କ ପରିବାର ବର୍ଗ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସମସ୍ତେ ମିଶି ବଡମ୍ବା ଅଞ୍ଚଳରେ ପହଞ୍ଚି ଅପହୃତ ଶିଶୁ ଚନ୍ଦନ ବେହେରାଙ୍କୁ ଉଦ୍ଧାର କରି ନିଜ ବାଲିପାଟପୁର ଘରକୁ ପ୍ରତ୍ୟାବର୍ତନ୍ କରିଛି। ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ପ୍ରଚେଷ୍ଟା ଜିଲ୍ଳାର ଚର୍ଚ୍ଚାର ବିଷୟ ପାଲଟିଛି।

You may have missed