November 22, 2024
Share

➡️୧-୧୮ ତମ ଲୋକସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ l ସାରା ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ l ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ l ଜୁନ ୪ରେ ହେବ ଭୋଟ ଗଣତି l

➡️୨-ଲାଗୁହେଲା ଆଦର୍ଶ ଆଚରଣ ବିଧି, ହଟା ଚାଲିଛି ହୋର୍ଡ଼ିଂ ଓ ବ୍ୟାନର l ଏଣିକି ରାସ୍ତା ଘାଟ ଛକ ବଜାର ଓ ବିଭିନ୍ନ କାର୍ୟ୍ୟାଳୟରେ ଲାଗିଥିବା ହୋର୍ଡ଼ିଂ ଓ ବ୍ୟାନରକୁ ହଟାଇ ଦିଆଯିବ l

➡️୩-ନୂଆ ରୂପରେ ଝଟକିବ ଆଖଣ୍ଡଳମଣି ପୀଠର ନୂତନ ବସ୍‌ଷ୍ଟାଣ୍ଡ, ରାଜ୍ୟ ସରକାରଙ୍କ ପକ୍ଷରୁ ୧୧.୮୨ କୋଟି ଟଙ୍କାହେଲା ଅନୁମୋଦନ l

➡️୪-ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଲା ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ, ବାଜିଲା ୧୪ ପ୍ରସ୍ତାବରେ କ୍ୟାବିନେଟ୍ ମୋହର l ମହାନଦୀରେ ହେବ ଆଉ ଏକ ସେତୁ, ଶକ୍ତି ବିଭାଗର ୧୮୪୫ କୋଟି ୭୬ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମିଳିଲା ଅନୁମୋଦନ l

➡️୫-ମେଣ୍ଢାଶାଳ ସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହେବ, ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ l ଏ ନେଇ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଦେଲେ ସୂଚନା l

➡️୬-ଏଣିକି cVIGIL ଆପରେ ଆପଣ ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ କରିପାରିବେ: ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନିର୍ବାଚନ ଆୟୋଗ l

➡️୭-ଓଡ଼ିଶା ଗୃହ ଓ ସହରୀ ବିକାଶ ବିଭାଗ ଅଧିନରେ ନିଯୁକ୍ତି ପାଇବେ ଫାଇନାନ୍ସ ଓ ଆକାଉଣ୍ଟସ ଅଧିକାରୀ: ଜାରି ହେଲା ବିଜ୍ଞପ୍ତି l

➡️୮-ଚଳିତ ଲୋକସଭା ନିର୍ବାଚନରେ ପ୍ରଥମ ଥରଲାଗି ୮୫ ବର୍ଷ ବୟସରୁ ଅଧିକ, ୪୦%ରୁ ଅଧିକ ଶାରିରୀକ ଅକ୍ଷମତା ଥିବା ବ୍ୟକ୍ତି ଘରୁ ଦେଇପାରିବେ ଭୋଟ୍ l

➡️୯-ଆସନ୍ତାକାଲି ବ୍ରହ୍ମପୁର ଉପକଣ୍ଠ ଶୀତଳପଲ୍ଲୀ ସମ ହସ୍ପିଟାଲରେ ଅନୁଷ୍ଠିତ ହେବ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର l

➡️୧୦-ଆସନ୍ତାକାଲି ଠାରୁ କଟକରେ ଆରମ୍ଭ ହେବ ତକ୍ଷକ-୨ ବାଣିଜ୍ୟ ଓ ଶିଳ୍ପ ପ୍ରଦର୍ଶନୀ । କଟକ ୟୁନିଅନ କ୍ଲବ ପଡ଼ିଆରେ ଏହି ଶିଳ୍ପ ମେଳା ଆୟୋଜିତ ହେବ ।

➡️୧୧-ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ମେ’ ୨ ପର୍ଯ୍ୟନ୍ତ ହେଲା ସ୍ଥଗିତ l

➡️୧୨-ଦେଶର ସବୁଠୁ ବଡ଼ ରାଷ୍ଟ୍ରାୟତ୍ତ ଜୀବନ ବୀମା କମ୍ପାନି ଏଲଆଇସି କର୍ମଚାରୀଙ୍କ ଦରମାରେ ୧୭ ପ୍ରତିଶତ ହେବ ବୃଦ୍ଧି l ୨୦୨୨ ଅଗଷ୍ଟ ପହିଲାରୁ ସେମାନଙ୍କୁ ବର୍ଦ୍ଧିତ ବେତନ ପ୍ରଦାନ କରାଯିବା ପାଇଁ ହେଲା ନିଷ୍ପତ୍ତି l

➡️୧୩-ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନବନୀତ ସେହଗଲ, ୪ ବର୍ଷ ଧରି ଖାଲି ପଡ଼ିଥିଲା ପଦବୀ l

➡️୧୪-୨୩ ତାରିଖ ଯାଏଁ ଇଡି ହେପାଜତକୁ ଗଲେ ଦିଲ୍ଲୀ ମଦ ଘୋଟାଲା ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍‌ ନେତ୍ରୀ କେ କବିତା l

➡️୧୫-ଅନିଲ ଅମ୍ବାନୀଙ୍କ ଲାଗି ନୂଆ ଆଶାର କିରଣ ପାଲଟିଲେ ପୁଅ ଜୟ, ଏକାକୀ ଛିଡା କଲେ ୨ ହଜାର କୋଟିର ସାମ୍ରାଜ୍ୟ l

➡️୧୬-ଗାଜା ପାଲଟିଛି ଅଳିଆଗଦା: ୨.୩ କୋଟି ଟନ୍ ଆବଜର୍ନା ଜମା, ସଫା କରିବାକୁ ଲାଗିବ ବର୍ଷ ବର୍ଷ l

➡️୧୭-କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ବୀପରେ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା‌ ମୂଲ୍ୟରେ ୧୫ ଟଙ୍କା ୩୦ ପଇସା ହେଲା ହ୍ରାସ l

➡️୧୮-ଆଇପିଏଲ ଫେଜ୍ ୨ ନେଇ ବଡ଼ ଅପଡେଟ୍: ୟୁଏଇରେ ହେବନି ବୋଲି ଜୟ ଶାହା ଦେଲେ ସୂଚନା l ଆଇପିଏଲ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ।

➡️୧୯-ବାରବାଟୀ ଷ୍ଟାଡିୟମର ଜମି ଲିଜ୍‌ର ନବୀକରଣକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ , ଧନ୍ୟବାଦ ଜଣାଇଲା ସଂଘ l

➡️୨୦-ଚଳିତ ମହିଳା ପ୍ରିମିୟର୍ ଲିଗ୍‌ (WPL)ର ଫାଇନାଲ୍ ମ୍ୟାଚ୍‌ ଆଜି ନୂଆଦିଲ୍ଲୀର ଫିରୋଜସାହା କୋଟଲା ଗ୍ରାଉଣ୍ଡ୍‌ରେ ଖେଳାଯିବ। ମୁଁହାମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ-ଆର୍‌ସିବି l