April 25, 2026

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଶ୍ରୀକ୍ଷେତ୍ର ନାଟ୍ୟଶାଳା ପକ୍ଷରୁ ଆୟୋଜିତ ଶ୍ରୀକ୍ଷେତ୍ର ନାଟକ ମହୋତ୍ସବ ୨୦୨୪ ର ପ୍ରଥମ ସନ୍ଧ୍ୟାର ନାଟକ ମିଥ୍ୟାବାଦି ଜିନ୍ଦାବାଦ୍ ମଞ୍ଚସ୍ଥ ହୋଇ ଯାଇଛି

ww0
Share

                                                    ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଶ୍ରୀକ୍ଷେତ୍ର ନାଟ୍ୟଶାଳା ପକ୍ଷରୁ ଆୟୋଜିତ ଶ୍ରୀକ୍ଷେତ୍ର ନାଟକ ମହୋତ୍ସବ ୨୦୨୪ ର ପ୍ରଥମ ସନ୍ଧ୍ୟାର ନାଟକ ମିଥ୍ୟାବାଦି ଜିନ୍ଦାବାଦ୍ ମଞ୍ଚସ୍ଥ ହୋଇ ଯାଇଛି ।ନାଟକର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ସବିତା ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଙ୍ଗୀତ ନାଟ୍ୟ ଏକାଡେମୀ ର ସଦସ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଲାଲା ବୀରେନ ରାୟ,ଓଡ଼ିଶା ନାଟ୍ୟ ସଂଘର ସଂପାଦକ ଶୁଭକାନ୍ତ ପାଢ଼ୀ,ପ୍ରାକ୍ତନ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ପ୍ରୟାସ ଟିଭି ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ସଙ୍ଗୀତ ନାଟକ ଏକାଡେମୀ ର ନିର୍ଦ୍ଦେଶକ ପ୍ରଦୀପ କୁମାର ପଣ୍ଡା,ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର,କାନ୍ମାସ ପାରାଦୀପ ର ସଭାପତି କ୍ୟାପଟେନ ଅତୁଲ୍ୟ ମହାପାତ୍ର ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ନାଟକ ମିଥ୍ୟାବାଦି ଜିନ୍ଦାବାଦ୍ ମଞ୍ଚସ୍ଥ ହୋଇଥିଲା ଯେଉଁଥିରେ କଳିଯୁଗର ବିଜମନ୍ତ୍ର ହେଉଛି ମିଛ । ପଦେ ମିଛ କଥାରେ ଏତେ ଜୀବନ ଶକ୍ତି ଅଛି ଯେ, ଯାହା ମୃତ କୁ ଜୀବନ୍ୟାସ ଦେଇପାରେ। ସତକଥା ସବୁବେଳେ କଷ୍ଟ ଦିଏ। ସତ ପ୍ରକାଶ କରିବା ସତରେ ଭାରି କଷ୍ଟ ଆପଣ ସତ କଥା କୁହ‌ନ୍ତୁ, ଲାଗିବ ନିଶ୍ବାସ ଅଟକି ଯାଉଛି। ଅଥଚ ମିଛକଥା କୁହନ୍ତୁ, ଦେଖୁବେ ଭାରି ହାଲକା ଲାଗିବ । ମିଛ ହଁ ଏ ଯୁଗର ଶକ୍ତି। ମଣିଷଙ୍କ ଭିତରେ ଯେଉଁ ଭଗବତ ସତ୍ତା ଅନ୍ତର୍ନିହିତ ତାହା ମିଛ, ଚୋରି, ଅପରାଧ ଏ ସବୁକୁ ପ୍ରଶୟ ଦିଏନି କିନ୍ତୁ ମଣିଷ ପ୍ରକୃତି ବଶତଃ ଏ ସବୁକୁ କରୁଥାଏ। ମଣିଷ ଯେ ପ୍ରବୃତିର ଦାସ ଏହା ଆମକୁ ସ୍ବୀକାର କରିବାକୁ ପଡିବ । ସତ ଓ ମିଛ ର ସଂସାରରେ ସତ୍ୟ ହିଁ ଏକମାତ୍ର ଚିର ଜାଜୁଲ୍ୟ ଏବଂ ସର୍ବଗ୍ରହଣୀୟ । “ମିଥ୍ୟାବାଦି ଜିନ୍ଦାବାଦ” ପରେଶ ଙ୍କ ରଚିତ ବୈଦୁତିକ ଶବଦାହ ଚୂଲା ର ଉଦଘାଟନ ଗଳ୍ପ ର ନାଟ୍ୟରୂପ। ନାଟ୍ୟରୂପ ପ୍ରଦାନ ନିମନ୍ତେ ଚରିତ୍ର ସଂଖ୍ୟାନ କରାଯାଇଛି। ସଂଳାପକୁ ନାଟକୀୟ ଢାଞ୍ଚା ରେ ଉପସ୍ଥାପନା କରାଯାଇଛି, ମାତ୍ର ଗାଳ୍ପିକଙ୍କ ମୂଳ ବକ୍ତବ୍ୟକୁ କୌଣସି କ୍ଷେତ୍ରରେ କ୍ଷୁଣ୍ଣ କରାଯାଇନାହିଁ । ଏଥିରେ ବର୍ଣ୍ଣିତ ସମସ୍ତ ଘଟଣା ଓ ଚରିତ୍ର ସଂପୁର୍ଣ୍ଣ କାଳ୍ପନିକ । ଆକସ୍ମିକ ଯୋଗାଯୋଗ କୁ ଦୁର୍ଘଟଣା ବୋଲି ଭାବିନେବେ। ଏଥ୍ନିମନ୍ତେ କଥାକାର, ନାଟ୍ୟକାର, ନିର୍ଦେଶକ ବା ପ୍ରଜୋଯକ ସଂସ୍ଥା କେହି ଦାୟୀ ନୁହନ୍ତି। ଆପଣ ମାନଙ୍କୁ ଅନୁରୋଧ, ନିଚ୍ଛକ ନାଟକ ମନେକରି ଏହାକୁ କେବଳ ଉପଭୋଗ କରିବେ ବୋଲି ଆଶା ରହିଛି ।ନାଟକର ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)