November 15, 2024

ମରଣ ଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ, କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ଉନ୍ନୟନ ବିଭାଗ

Share

 

ବୁଗୁଡ଼ା : ତା ୧୬/୦୩/୨୩ : ରାସ୍ତା ପାଲଟିଛି

ମରଣଯନ୍ତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ହେଉନି

ମରାମତି | ଖୁବ ଶୀଘ୍ର ଏହି ରାସ୍ତାର ମରାମତି କରାଯିବ

ବୋଲି ଦାୟିତ୍ବରେ ଥିବା ବିଭଗୀୟ ଯନ୍ତ୍ରୀ କହୁଥିଲେ ମଧ୍ୟ ଏଯାଏଁ ରାସ୍ତାର ମରାମତି କାର୍ଯ୍ୟ ହେଉନଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ବୁଗୁଡ଼ା ଠାରୁ

ଆମ୍ବପୁଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ

ନିର୍ମିତ ଏହି ରାସ୍ତାର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିଲେ ହେଁ କେବଳ କାଗଜ କଲମରେ ରାସ୍ତା ମରାମତି ଦେଖାଇ ଯନ୍ତ୍ରୀ ଠିକାଦାରଙ୍କ ମିଲିଭଗତରେ ଲକ୍ଷାଧିକ ଟଙ୍କା ଚଳୁ ହେଉଥିବାରୁ ରାସ୍ତାର ଅବସ୍ଥା ସୁଧୁରୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ବୁଗୁଡ଼ା ଠାରୁ ମୋଟାବାଡ଼ି ପର୍ଯ୍ୟନ୍ତ ପ୍ରାୟ ୧୨ କିମି ରାସ୍ତାର ବାରିକପଲ୍ଲୀ ଠାରୁ ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତା ସାରା ବଡ ବଡ ଖାଲଖମା ସାଙ୍ଗକୁ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଛି। ଏଠି ରାସ୍ତାରେ ଖାଲ ନୁହେଁ ବରଂ ଖାଲ ଭିତରେ ରାସ୍ତା ବୋଲି ଲୋକେ କହୁଛନ୍ତି । ଏହି ରାସ୍ତା ଉପରେ ନାଗିରି, ଠଣାପଲ୍ଲୀ, ଡାକରାବାଡ଼ି,ଝାଟିକାପଲ୍ଲୀ , ମୋଟାବାଡ଼ି ଆଦି ଗ୍ରାମର ଲୋକ ବୁଗୁଡ଼ାରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଆସୁଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ଟ୍ୟୁସନ ଆସିବା ପାଇଁ ମଧ୍ଯ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥ୍ ସହ ବିଭିନ୍ନ କାମରେ ଭଞ୍ଜନଗର ଉପଖଣ୍ଡକୁ ଯିବାକୁ ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି । ପ୍ରତିଦିନ ଏହି ରାସ୍ତାରେ ଦୁଇ ଚକିଆ ଠାରୁ ଆରମ୍ଭ କରି କାର, ବସ, ଟ୍ରକ, ଟ୍ରାକ୍ଟର ମଧ୍ୟ ଯାତୟାତ କରୁଛି । କିନ୍ତୁ, ରାସ୍ତା ସାରା ଖାଲଖମା ଯୋଗୁଁ ଗାଡି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯାତ୍ରୀମାନେ ମଧ୍ୟ ଅସନ୍ତୋଷ ଜାହିର କରୁଛନ୍ତି । ଏନ�

ଏନେଇ ସ୍ଥାନୀୟ ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ବେଳେ ବ୍ରହ୍ମପୁର ଡିଭିଜନ୍-୧ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନାରାୟଣ ମୁର୍ମୁ ଏହି ରାସ୍ତା କାମ ଖୁବ୍ ଶୀଘ୍ର କରାଯିବ ବୋଲି କହିଛନ୍ତି ।