November 15, 2024

ଶହୀଦ ଆନନ୍ଦ ମାଣ୍ଡାଙ୍ଗିଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ମିଳିଲା ସ୍ଥାୟୀ ପଟ୍ଟା 

Share

 

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ପରିବାରକୁ ସରକାରୀ ନିୟମ ଅନୁଯାୟୀ ରାମନାଗୁଡା ତହସିଲ ଅନ୍ତର୍ଗତ ପାରୀକ୍ଷିତି ମୌଜା ର ଖାତା ନମ୍ବର ୪୨/୩୮୯ ,ପ୍ଲଟ ନମ୍ବର ୨୯୯/୭୮୧ ରେ ୦.୧୦ ଏକର ଜମିର ଘରଵାରୀ ପଟ୍ଟା ଶହୀଦ ଆନନ୍ଦ ମାଣ୍ଡାଙ୍ଗିଙ୍କ ଧର୍ମପତ୍ନୀ ରଜନୀ ମାଣ୍ଡାଙ୍ଗିଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଥାଉକି ଶହୀଦ ଆନନ୍ଦ ମାଣ୍ଡାଙ୍ଗି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଂଚାୟତ ର ଢେପାଗୁଡ଼ା ଗ୍ରାମ ରେ ୧୯୮୫ମସିହା ମେ ୩ ତାରିଖ ଜନ୍ମ ଗ୍ରହଣ କରିଥିଲେ , ସହୀଦ ସ୍ବର୍ଗତ ମାଣ୍ଡାଙ୍ଗି ଦେଶ ସେବା ରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟ ନେଇ ୨୦୦୮ମସିହା ଫେବୃଆରୀ ୪ ତାରିଖରେ ପୁଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି ଯେ ପୋଲିସ ବିଭାଗ ରେ ରହି ଦେଶ ସେବା କରିବା ପାଇଁ ତାଙ୍କୁ ଆଉ ସୁଯୋଗ ମିଳିଲା ନାହିଁ ୨୦୦୯ ମସିହା ନଭେମ୍ବର ମାସ ୧୦ ତାରିଖ ଦିନ ରାତି ପ୍ରାୟ ୧୧ଘଣ୍ଟା ୩୦ମିନିଟ ସମୟରେ ତାଙ୍କ ପାଇଁ କାଳ ରାତ୍ରୀ ଥିଲା ,ପାଣ୍ଡ୍ରତୋଳା ଗ୍ରାମରେ ବିଶ୍ରାମ ନେବା ସମୟରେ ମାଓବାଦୀଙ୍କ ଗୁଳି ର ଶିକାର ହୋଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ଶହୀଦ ଆନନ୍ଦ ମାଣ୍ଡାଙ୍ଗିଙ୍କ ପରିବାର ଘର ଖଣ୍ଡିଏ କରି ସେଠାରେ ବାସ କରିବା ନିମନ୍ତେ ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘରଵାରୀ ପଟ୍ଟା ପ୍ରଦାନ କରିଥିବାରୁ ପରିବାର ଲୋକେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ,ଏହି ସମୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳ, ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ ପ୍ରମୁଖ ଙ୍କ ସମେତ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 

ରିପୋର୍ଟ ରାକେଶ କୁମାର ବେହେରା