March 10, 2026

ସିଆରସିସି ମାନଙ୍କୁ ସମ୍ବର୍ଦ୍ଧିତ କଲେ ଭଞ୍ଜନଗର ବେଲଗୁଣ୍ଠା ବିଇଓ..

IMG-20260217-WA0033
Share

 

 

ବେଲଗୁଣ୍ଠା(ପଞ୍ଚାନନ ସାହୁ)ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ

ଶ୍ରୀମତୀ ଲୋପାମୁଦ୍ରା ରଥଙ୍କ ତତ୍ତ୍ଵାବଧାନରେ ଦୁଇ ବ୍ଳକର ଏବିଇଓ,ବିଆରସିସି ଏବଂ ସିଆରସିସି ମାନଙ୍କ ଏକ ମିଳିତ ବୈଠକ ବା ଗେଟ୍ ଟୁ ଗେଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୂଖ୍ୟତଃ ସିଟିଏସ୍ ସର୍ଭେରେ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ବା ମେଇନଷ୍ଟ୍ରିମିଙ୍ଗ୍ କରିବାର ସଫଳତା ଉପରେ ଆଧାରିତ ସକସେସ୍ ଷ୍ଟୋରୀ ର ସକସେସ୍ ଡେ ରୂପେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ବ୍ଳକର ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଚର୍ଚ୍ଚା ହେବା ସହିତ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ଉଦ୍ୟମ,ସାମୁହିକ ପ୍ରଚେଷ୍ଟା ଓ ଦଳଗତ ଅଭିଯାନ ଯୋଗୁଁ ଗତ

ସି.ଟି.ଏସ. ସର୍ଭେରେ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଏଥିରେ ସଫଳତା ହାସଲ ହୋଇଥିବା ପ୍ରକାଶ କରିଥିଲେ ବିଇଓ ମହୋଦୟା।ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଭଞ୍ଜନଗର ତଥା ବେଲଗୁଣ୍ଠା ବ୍ଳକର ବିଇଓ, lସମସ୍ତ ଏବିଇଓ,ସମସ୍ତ ବିଆରସିସି ଏବଂ ସମସ୍ତ ସିଆରସିସି ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ପରିଶେଷରେ ଦଳଗତ ଉଦ୍ୟମ,ନିରନ୍ତର ପ୍ରୟାସ ଏବଂ ଗୋଷ୍ଠୀଗତ ସଫଳତା ପାଇଁ ବିଇଓ ମହୋଦୟା ଦୁଇ ବ୍ଲକର ସମସ୍ତ ଏବିଇଓ ତଥା ବିଆରସିସି,ସମସ୍ତ ସିଆରସିସି ମାନଙ୍କୁ ଏପ୍ରିସିଏସନ୍ ଲେଟର ବା ପ୍ରଶଂସା ପତ୍ର ଏବଂ ଜଗନ୍ନାଥ ଫୋଟ ଦେଇ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଏକ ସ୍ନାକ୍ସ୍,ଟି-ପାର୍ଟି ଏବଂ ମୃଦୁ ପାନୀୟର ଆୟୋଜନ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ ଗୋଷ୍ଠୀ ଶିକ୍ଷାଧିକାରୀ ମହୋଦୟା।ଭଞ୍ଜନଗର ତଥା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ଭଳି ଅନନ୍ୟ କାର୍ଯ୍ୟକ୍ରମ ଓ ନିଆରା ପଦକ୍ଷେପ ପାଇଁ ସମସ୍ତ ଏବିଇଓ ଏବଂ ସିଆରସିସି ଖୁସି ବ୍ୟକ୍ତ କରିବା ସହିତ ସମସ୍ତେ ଉତ୍ସାହିତ ହୋଇଥିବା ପ୍ରକାଶ କରିଥିଲେ।ପ୍ରକାଶ ଥାଉକି ବିଇଓ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କ ନେତୃତ୍ବ ଏବଂ ତତ୍ତ୍ଵାବଧାନରେ ରାଜ୍ୟ ତଥା ଜିଲ୍ଲାର ପ୍ରଦତ୍ତ ବିଭିନ୍ନ କାର୍ଯ୍ୟ ଗୁଡିକରେ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଳକ ସ୍ବତନ୍ତ୍ର ସ୍ଥାନ ଅଧିକାର କରୁଥିବାରୁ ଉଭୟ ବ୍ଳକର ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଉଲ୍ଲସିତ ହୋଇ ରହିଥିବା ଜଣାପଡିଛି।