ମୋହନା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ….
୨୦୧୭ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ଧରି ବିଭିନ୍ନ ସମୟରେ ଓଡ଼ିଶାର ପ୍ରାନ୍ତ ଓ ପାହାଡ ପର୍ବତ ଘେରା ଅନୁକୋଣରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସମାଜ ନିଜର ନାର୍ଯ୍ୟଦାବି ହାସଲ କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଅନଶନ,ବିଷୋଭ ଓ ଧାରଣା ଦେଇ ଆସୁଛନ୍ତି। କିନ୍ତୁ ସରକାର ସେମାନଙ୍କୁ ଭୁଆଁ ବୁଲାଇ ଦିନରେ ଚ଼ନ୍ଦ୍ର ଓ ରାତିରେ ସୂର୍ଯ୍ୟ ଦେଖାଇ ଠକିବାରେ ମାହିର କରି ଚାଲିଛନ୍ତି ା ଏହାରି ପ୍ରତିବାଦରେ ଆଜି ମୋହନା ବ୍ଲକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ସହ ଶିକ୍ଷକ ସମୂହର ହକ୍ ଦାବି ସଂପର୍କରେ ଅବଗତ କରିବା ସହ ବିଇଓଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ୫ ଟି ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ କରିବା, ଛାତ୍ରଛାତ୍ରୀମାନଙ୍କୁ ଦୈନିକ ମଧ୍ୟାହ୍ନ ଭୋଜନ ବ୍ୟୟବରାଦ ବୃଦ୍ଧି କରାଯିବା, ନୂତନ ପେନସନ୍ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପ୍ରଚଳନ କରିବା , ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି କରିବା ସହ ୬ ବର୍ଷ କାର୍ଯ୍ୟାକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା ଏବଂ କ୍ରୀଡା ଶିକ୍ଷକ ମାନଙ୍କୁ କ୍ୟାରିୟର ଆଡଭାନ୍ସ ପଲିସି ନିର୍ଦ୍ଧାରଣ କରି ଏକ୍ସ-କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡରଭୁକ୍ତ କରାଯିବା ଆଦି ଦାବି ସଂପର୍କରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଧାରଣା ସ୍ଥଳରେ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କର ନାର୍ଯ୍ୟଦାବୀ ସରକାର ଯଦି ପୂରଣ ନ କରନ୍ତି ତେବେ ଶିକ୍ଷକ ସମାଜ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ମତବ୍ୟକ୍ତ କରିଛନ୍ତି।