ବୁଗୁଡ଼ାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସମାରୋହ….
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ କବିସମ୍ରାଟ ସ୍ମାରକ ସଂସଦ ପକ୍ଷରୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିରଞ୍ଚି ନାରାୟଣ ମନ୍ଦିର ମଠାଧୀଶ ଭକ୍ତ ଚରଣ ଦାସଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ , ମୁଖ୍ୟବକ୍ତା ଭାବେ ପିପୁଲସ୍ କଲେଜ୍ର ଅଧ୍ଯାପକ ଡ଼ଃ.ହିମାଂଶୁ ଶେଖର ରଥ, ସମ୍ମାନିତ ଅତିଥି ଭାବେ ସାହିତ୍ଯିକ ଅନନ୍ତ କର ଓ ଅଧିବକ୍ତା ହର ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ରହିଥିବା ଶବ୍ଦ ସଂରଚନାର ଚମତ୍କାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଡ଼ଃ.ସ୍ଥିତଧୀ ରଥଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ମାନସ ରଞ୍ଜନ ହୋତା, ଦୁର୍ଗା ପ୍ରସାଦ ଦାଶ ଓ ଅନ୍ୟାନ୍ୟ ଗାୟକଙ୍କ ଦ୍ଵାରା ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା। ଏହି ସମାରୋହରେ ଭଞ୍ଜ ସାହିତ୍ୟ ଅନୁରାଗୀ ବ୍ଯକ୍ତି ବିଶେଷଙ୍କ ସମାବେଶ ଘଟିଥିଲା ।ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ଡ଼ଃ. ବ୍ରଜକିଶୋର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।