ଆଜିର ଖବର…
➡️୧-ଏଣିକି ରାଜ୍ୟର ପ୍ରତି SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଲେଖାଏଁ ଟଙ୍କା l ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମିଳିବ ମୋଟ ୩ ହଜାର ଟଙ୍କା l
➡️୨-ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର l ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟରେ ମିଳିଲା ମଂଜୁରୀ l ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ l
➡️୩-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ l ଏଣିକି ବୁଣାକାର ଓ କାରିଗର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ୨ ହଜାର ପରିବର୍ତ୍ତେ ଅଢ଼େଇ ହଜାର ଟଙ୍କା ମିଳିବ ଆର୍ଥିକ ସହାୟତା l
➡️୪-ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଶୁଭାରମ୍ଭ ପରେ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍ ଚାଲିଲା। ଏହା ଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ l
➡️୫-ଆରମ୍ଭ ହେଲା +୨ ବିଜ୍ଞାନ ପରୀକ୍ଷା, ପ୍ରଥମ ଦିନରେ ବିଜ୍ଞାନ ଶ୍ରେଣୀର ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଆଜିଠାରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ ଆରମ୍ଭ l
➡️୬-ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ପ୍ରଥମ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ।
➡️୭-ଚନ୍ଦ୍ରଭାଗା ମାଘସପ୍ତମୀ ବୁଡରେ ତୀର୍ଥ ପୁଷ୍କରିଣୀରେ ୫ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପକାଇଲେ ବୁଡ, ସୂର୍ଯ୍ୟ ଦର୍ଶନରେ ବାଧକ ସାଜିଲା ଘନ କୁହୁଡି।
➡️୮-ରାଜସ୍ଥାନରେ ୧୭ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୯-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତବର୍ଷ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା ସେବା l
➡️୧୦-ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଫିଲ୍ମ ରିଲିଜର ନୂଆ ତାରିଖ ଆସିଲା ସାମ୍ନାକୁ l ଫିଲ୍ମର ପୋଷ୍ଟର ଅନୁଯାୟୀ, ଅକ୍ଟୋବର ୧୦ରେ ଜୁନିଅର ଏନଟିଆରଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ |
➡️୧୧-ଜୟପୁର ବିମାନ ବନ୍ଦରକୁ ପୁଣି ଥରେ ବୋମାରେ ଉଡ଼ାଇବାକୁ ଇ-ମେଲ ଜରିଆରେ ଆସିଲା ଧମକ l ଦେଢ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଲାଗି ଥିଲା ।
➡️୧୨-ପ୍ରିୟଙ୍କା ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି, ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଉତ୍ତରପ୍ରଦେଶ ଚନ୍ଦୌଲୀରେ ହୋଇଥାନ୍ତେ ସାମିଲ l
➡️୧୩-Paytm ନିଜ ମେନ ଆକାଉଣ୍ଟକୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରୁ ହଟାଇ ଆକ୍ସିସ୍ ବ୍ୟାଙ୍କ ସହ ଯୋଡିଲା, ଗ୍ରାହକଙ୍କ ପାଇଁ କଲା ଟ୍ରାନ୍ସଫର l
➡️୧୪-ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲଙ୍କ ସାରଥୀ ସାଜିଲେ ତେଜସ୍ୱୀ । କଂଗ୍ରେସ ସାଂସଦଙ୍କ ଗାଡି ଚଳାଇଲେ ଆରଜେଡି ନେତା l ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଭିଡିଓ ।
➡️୧୫-କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଁଟ ହେଲା ଅସ୍ଥାୟୀ ଅଚଳ । ଆଇଟି ଟ୍ରିବ୍ୟୁନାଲଙ୍କ ହସ୍ତକ୍ଷେପ ପରେ ମିଳିଲା ଆଶ୍ୱସ୍ତି l
➡️୧୬-ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲା ଜାତୀୟ ଅନୁସୂଚିତ ଜାତି ଆୟୋଗ l
➡️୧୭-ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ କଲେ ଏହି ଘୋଷଣା l କହିଲେ ସଫଳତାର ନିକଟରେ ବୈଜ୍ଞାନିକ l ଏହାର ଟାର୍ଗେଟ୍ ୨୦୩୦ ସୁଦ୍ଧା ୧୦,୦୦୦ ରୋଗୀଙ୍କ ପାଖରେ ପହଞ୍ଚିବା । ଫାର୍ମା କମ୍ପାନି ମଡର୍ଣ୍ଣା ଏବଂ ମାର୍କ ଆଣ୍ଡ କମ୍ପାନି ମଧ୍ୟ ପରୀକ୍ଷଣ ଭ୍ୟାକ୍ସିନ ବିକଶିତ କରୁଛି ।
➡️୧୮-ରାଜକୋଟ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ଶେଷ, ଇଂଲଣ୍ଡର ସ୍କୋର ୨୦୭/୨, ଭାରତ ୨୩୮ ରନରେ ରହିଛି ଆଗୁଆ l
➡️୧୯-ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି: ଆୟର୍ଲାଣ୍ଡକୁ ୧-୦ ଗୋଲରେ ହରାଇଲା ଭାରତ l ଭାରତ ୪ଟି ମ୍ୟାଚରୁ ଦୁଇଟି ବିଜୟ, ଗୋଟିଏ ସୁଟ୍ଆଉଟ୍ ବିଜୟ ଓ ଗୋଟିଏ ପରାଜୟ ସହ ୮ପଏଣ୍ଟ ପାଇଛି। ଦଳ ୭ମ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ୧୯ରେ ସ୍ପେନ ସହିତ ଖେଳିବ।
➡️୨୦-ରାଜକୋଟ ମୁକାବିଲା: ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ହାସଲ କଲେ ଅଶ୍ୱିନ, ଦ୍ୱିତୀୟ ଭାରତୀୟ ଭାବେ କଲେ ଏହି ରେକର୍ଡ l