March 12, 2026

ନବୀନଙ୍କ ସବୁ ଯୋଜନା ଫେଲ, ମଞ୍ଚରେ ନବୀନଙ୍କୁ ବର୍ଷିଲେ ଗାଁ ମହିଳା ….

09i
Share

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ର ଚର୍ଚିତ ଗ୍ରାମପଞ୍ଚାୟତ କପିଳେଶ୍ଵର ପୁର ଗ୍ରାମପଞ୍ଚାୟତ କଥା l ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ମଞ୍ଚକୁ ଚଢି ଆସିଥିଲେ ପଥରପଦା ଗ୍ରାମ ବେହେରା ସାହିର ସରସ୍ବତୀ ବେହେରା l ମଞ୍ଚରେ ଚଢି କହିଲେ ଏ କୀର୍ତ୍ତନ ଏ ପାଲା ନବୀନ ଙ୍କ ଯୋଜନା ମିଛୁକୁ ଗାଉଛନ୍ତି l ଏବେବି ଆମେ ପିଇବାକୁ ପାଣି ଟିକିଏ ପାଇଁ କଲବଲ, ନା ଅଛି ଇନ୍ଦିରା ଆବାସ ନା ଅଛି ବିଜୁ ପକ୍କାଘର, ନା ଅଛି ପାଇଖାନା ମିଚ୍ଛ ପ୍ରହଳିକା ଦେଖାଉଚି ନବୀନ ସରକାର ଏଭଳି କହି ଓଡିଶା ସରକାର ଙ୍କ ଧୋଜିଆ ଉଡାଇଥିଲେ ସରସ୍ବତୀ l କରତାଳିରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା l ସଭାସ୍ଥଳରୁ ଶାସକ ଦଳର ନେତାମାନେ ମୁହଁ ତଳକୁ କରି ଚାଲିଯାଇଥିଲେ l ମହିଳା ଜଣକ ଦେଖାଇ ଦେଇଥିଲେ ଆମ ଓଡିଶା ନବୀନ ଓଡ଼ିଶାର ବାସ୍ତବ ଚିତ୍ର l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)