March 12, 2026

ଗଜପତ ଜିଲ୍ଲାରେ ପ୍ରସିଦ୍ଧ ସୀତା ପାହାଡ଼ରେ ମକର ମେଳା ଉଦଯାପିତ 

IMG-20260117-WA0007
Share

 

 

ପାରଳାଖେମୁଣ୍ଡି:୧୬/୧(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗାରାବନ୍ଧ ଗ୍ରାମ ନିକଟରରେ ଥିବା ପବିତ୍ର ସୀତା ପାହାଡ଼ରେ ମକର ମେଳା ମହାସମାରୋହରେ ଏବଂ ପ୍ରବଳ ଜନସମାଗମରେ ଆରମ୍ଭ ହୋଇଛି। ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ପରଦିନ ଏହି ମେଳା 3 ଦିନ ପାଇଁ ଆରମ୍ଭ ହୋଇଛି। ମେଳାକୁ ଉଭୟ ଅନ୍ଧ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ସୁଅ ଛୁଟିଛି| ଆଜି ମକର ମେଳାର ଶେଷ ଦିବସରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ | ପାହାଡ଼ ଓ ଏହାର ଚାରିପାଖେ ବିଭିନ୍ନ ଦୋକାନର ପସରା ପଡ଼ିଥ‌ିବା ବେଳେ ରାମଦୋଳି, ଘୋଡାଦୋଳି ଆଦି ଚାଲୁ ରହିଛି। ପ୍ରକୃତିର ବରଦାନ ସଦୃଶ୍ୟ ଗୋଟାଏ ବିରାଟକାୟ ଶିଳା ବା ପଥରକୁ ହିଁ ସୀତା ପର୍ବତ କୁହାଯାଏ | ସମୂଦ୍ରପତନ ଠାରୁ ୪ଶହ ଫୁଟ ଉଚ୍ଚ ଓ ୨ ଶହ ଫୁଟ ଓସାରରେ ଗୋଟାଏ ବିରାଟ ପଥର ଭଳି ଥ‌ିବା ଏହି ପର୍ବତରେ ମା’ ସୀତାଦେବୀ, ରାମଚନ୍ଦ୍ରଙ୍କ ପୃଥକ ପୃଥକ ମନ୍ଦିର ସହ କୁମ୍ଭ ଆକାର ମନ୍ଦିରରେ ହନୁମାନଙ୍କୁ ପୂଜା କରାଯାଉଛି। ଏହି ମେଳାକୁ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକଙ୍କ ନେତୃତ୍ବରେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ତତ୍ତ୍ଵାବଧାନରେ ଗୁରାଣ୍ଡି, ପାରଳାଖେମୁଣ୍ଡି, କାଶୀନଗର ଓ ଗାରାବନ୍ଧ ପୁଲିସ ମୁତୟନ ହୋଇଛନ୍ତି।