October 30, 2026

ମନରେଗାରେ ଡିମାଣ୍ଡ ନ ବାହାରୁଣୁ ମେସିନ ଲଗାଇ କାମ ଆରମ୍ଭ ଅଭିଯୋଗ

WhatsApp Image 2023-01-17 at 7.03.22 PM
Share

ବୁଗୁଡ଼ା : ତା ୧୭/୦୧/୨୩ : ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ପ୍ରକଳ୍ପ ଚୟନ କରାଯାଇ ମଞ୍ଜୁର ହେବା ପରେ ଶ୍ରମିକ ପାଇଁ ଡିମାଣ୍ଡ ଦିଆ ଯାଉଛି ଏବଂ ଡିମାଣ୍ଡ ଦିଆଯିବା ପରେ ମଞ୍ଜୁରପ୍ରାପ୍ତ ପ୍ରକଳ୍ପଗୁଡିକରେ ଶ୍ରମିକ ନିୟୋଜିତ କରିବା ନିୟମ ରହିଛି l ତେବେ କିଛି ଜାଗାରେ ଶ୍ରମିକ ବଦଳରେ ମେସିନ୍ ଲାଗୁଥିବା ବେଳେ କିଛି ସ୍ଥାନରେ ଡିମାଣ୍ଡ ନ ବାହାରୁଣୁ ମେସିନ୍ ଲଗାଇ କାମ ଆରମ୍ଭ ପରେ ଡିମାଣ୍ଡ ବାହାର କରି ଭୁତ ଶ୍ରମିକ ନିୟୋଜନ ପାଇଁ ଯୋଜନା ଚାଲିଥିବା ଅଭିଯୋଗ ହେଉଛି l ଏଭଳି ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶିଆଳି ପଞ୍ଚାୟତରୁ l ଏହି ପଞ୍ଚାୟତରେ ମନରେଗା ଯୋଜନାରେ ନାଥୁଲି ବନ୍ଧ ଓ ଶୁକୁଆଖାଇ ବନ୍ଧ ପୁନଃ ଉଦ୍ଧାର ସହ ବାଉଁଶିଆ ଠାରୁ ନାଥୁଲି ଏବଂ ନାଥୁଲି ଠାରୁ ଆର.ଡି ରୋଡ ପର୍ଯ୍ୟନ୍ତ ଲିଡିଙ୍ଗ୍ ଚାନେଲ ନିର୍ମାଣ ପାଇଁ ପ୍ରକଳ୍ପ ମଞ୍ଜୁର ହୋଇଛି ଏବଂ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଦଶ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି । ତେବେ ଏହି ପ୍ରକଳ୍ପ ପାଇଁ ଡିମାଣ୍ଡ ବାହାରି ନଥିଲେ ହେଁ ଏଠାରେ ରାତି ଅଧିଆ ମେସିନ୍ ଲଗାଇ କାମ କରାଯାଇଥିବାର ଭିଜୁଆଲ ବାହାର କରି ଗ୍ରାମବାସୀ ପ୍ରମାଣ ସହ ବୁଗୁଡ଼ା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଡିମାଣ୍ଡ ନ ବାହାରୁଣୁ ଏବଂ ସୂଚନା ଫଳକ ନ ଲାଗୁଣୁ ମେସିନ ଲଗାଇ ଦେଲେ କେହି ଜାଣିବେ ନାହିଁ ତା’ପରେ ସେମାନେ ଭୁତ ଶ୍ରମିକ ନିୟୋଜିତ କରି ଟଙ୍କା ହଡ଼ପ କରିବେ ବୋଲି କହିଛନ୍ତି ଗ୍ରାମବାସୀ l ଅଭିଯୋଗ ପାଇବା ପରେ ବିଡ଼ିଓ ବାସୁଦେବ ନାୟକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି l

You may have missed