ଫଟୋ ଭାଇରାଲ କରି ଜଣେ ଗିରଫ ….
ପୁରୀ ( ଦେବାଶିଷ ଦାଶ )
ସତ୍ୟବାଦୀ ଥାନା କେସ ନୁମ୍ବର ୨୧୮/୨୦୨୫,ଧାରା – ୩୭୬/୫୦୯/ ୨୯୨/ ୩୫୪(ଏ )/୩୫୪(ଡି )/୫୦୦/୫୦୬ ଆଇ ପି ସି ଧାରା – ୬୬(ଇ )/୬୭/୬୭-ଏ /୬୭-ବି ଆଇ. ଟି ଆକ୍ଟଅନୁସାରେ ମାମଲା ରୁଜୁ ହୋଇଛି ।
ସୂଚନା ଥାଉକି ଝିଅ ନାମ ଗୋପନ ରଖାଯାଇ X ଦିଆଯାଇଛି ।
X ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କଲେ ଦେବେନ୍ଦ୍ର ପ୍ରଧାନ (ଦେବ ) ୪୩, ଗ୍ରାମ – ପରାହଟ ବଡ଼ସାହି,ର ସେ X ଙ୍କୁ ଫୋନ କରି ତାଙ୍କ ଫଟୋକୁ ସଂପାଦନା କରି ଫେସବୁକରେ ଭାଇରାଲ କରିଦେବାର ଭୟ ଦେଖାଇଲେ । ପରେ ସେ ତାଙ୍କୁ ସାକ୍ଷୀଗୋପାଳକୁ ଡାକି ଦୁହେଁ ଥଣ୍ଡା ପିଆଇଲେ । ତାପରେ ଦୁହେଁ ପୁରୀକୁ
ଯାଇଥିଲେ ।
ସେଠାରେ ଦୁହେଁ ଏକ ଲଜରେ ରହିଲେ ସେହିଠାରେ ସେ X ଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଲେ । ସେହି ସମୟରେ ଦେବା ତାଙ୍କ ମୋବାଇଲ ଫୋନରେ ଅନ୍ତରଙ୍ଗ ମୁହୁର୍ତର ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରେକର୍ଡ କଲେ । ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡ଼ିଓ ପଠାଇ ଧମକ ଦେଲେ । ପୀଡିତା ତାଙ୍କ ମୋବାଇଲ ନୁମ୍ବର ପରିଵର୍ତନ କଲେ । ପୀଡିତା ଙ୍କ ଫୋନ ନ ଲାଗିବାରୁ ଦେବା ପ୍ରଧାନ ସେହି ଫଟୋ ଓ ଭିଡ଼ିଓ କିଛି ଗାଁ ଲୋକଙ୍କୁ ଓ ବସନ୍ତ ସ୍ୱାଇଁ (ଗେଲିଆ )ଙ୍କୁ ଅଂଶୀଦାର କଲେ ।
ଗେଲିଆ ସେହି ଭିଡ଼ିଓ ଓ ଫଟୋ ପୀଡିତାକୁ ଦେଖାଇ ତାଙ୍କୁ ପ୍ରେମ ସମ୍ବୋଧିୟ ଅନୁରୋଧ କଲେ । ଏହି ଘଟଣକୁ ନେଇ ପୀଡିତା ସତ୍ୟବାଦୀ ଥାନରେ ଏକ ଲିଖିତ ଅଭିଯୋଗ ଜଣାଇଲେ । ପୂର୍ବରୁ ବସନ୍ତ ସ୍ୱାଇଁ, ପିତା – ବିକ୍ରମ ସ୍ୱାଇଁ, ଗ୍ରାମ – ସିଂହାକୁଡା ଥାନା – ସତ୍ୟବାଦୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ୨୦୧୯ ମସିହାରୁ କେସ ଥିଲା । ତାଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
