March 7, 2026

ସାରଦା ଚରଣ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଶ୍ରଦ୍ଧାଞ୍ଜଳି

IMG-20251216-WA0003
Share

ତିର୍ତ୍ତୋଲ ତା 15/12/2025 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ଅଧିନ ମହନପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ପରୋପକାରୀ, ସରଳ, ଧର୍ମପ୍ରାଣ ସ୍ବର୍ଗତ ସାରଦା ଚରଣ ମହାନ୍ତି ( ବାବୁଲି ) ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ସୋମବାର ଦିନ ସାରଦାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଧନେଶ୍ୱର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପରିବାରବର୍ଗ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜନକଲ୍ୟାଣ ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ରାଉଳ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ମୁଳିସିଂହ ସରପଞ୍ଚ ସଫି ଆଜାମ, ସୁବାସ କୁମାର ଖୁଣ୍ଟିଆ, ସାମ୍ବାଦିକ ସୌମ୍ୟରଞ୍ଜନ ମହାନ୍ତି, ଅଭିମନ୍ୟୁ ମହାନ୍ତି, ମଧୁସ୍ମିତା ମହାନ୍ତି, ସରୋଜ କୁମାର ଖୁଣ୍ଟିଆ, ଧ୍ରୁବଚରଣ ପରିଡା, ସ୍ୱପ୍ନାଶ୍ରୀ ମହାନ୍ତି, ଲୀନାରାଣୀ ମହାନ୍ତି, ସତ୍ୟଭାମା ମହାନ୍ତି, ସତ୍ୟବ୍ରତ ପ୍ରଧାନ, ଓମ ପ୍ରକାଶ ମହାନ୍ତି, ନିଗମାନନ୍ଦ ଗଡ଼ନାୟକ, ଚିନ୍ମୟ ଚିରଞ୍ଜିବି ମଲ୍ଲିକ, ସସ୍ମିତା ମହାନ୍ତି, ସୁମନ ସାହୁ, ସତ୍ୟଶିବ ମହାନ୍ତି ଓ ଜ୍ଞ୍ୟାନ ରଞ୍ଜନ ଦାସ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ସାରଦା ପ୍ରସାଦ ଙ୍କ ଜୀବନଚର୍ଯ୍ୟା ଓ ଆଦର୍ଶ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ନିଜନିଜର ଅନୁଭୂତି ଓ ଅନୁଭବ ଉପରେ ବକ୍ତବ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶେଷରେ ସାଇଶୁଭମ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିବାରବର୍ଗ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l