ଜନ ସ୍ୱାସ୍ଥ୍ୟ ବିଭାଗର ମନମାନି…… ଦୁର୍ଗାଦେବୀ ସାହିରେ ଭାସୁଛି ପାଣି
ଗଂଜାମ= ପ୍ରଦୀପ କୁମାର ପଣ୍ଡା
ଗଞ୍ଜମ ବିଜ୍ଞାପିତଅଞ୍ଚଳ ଅଧିନସ୍ତ 3 ନମ୍ବର ୱାର୍ଡ ଦୁର୍ଗାଦେବୀ ମନ୍ଦିର ସମ୍ମୁଖରେ ଯାଇଥିବା ପାଇପ ଫାଟି
ରାସ୍ତାରେ ପାଣି ଭାସୁଥିବା ଦେଖିବାକୁ ମିଳିଛି l ଯାହାକୁନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟରେ ଘୋର ଅସନ୍ତୋଷ ପରିଲକ୍ଷିତ ହୋଇଛି l
ସୂଚନାଯୋଗ୍ୟଯେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ମାସ ତଳେ ନୂଆଁକରି ପାଇପ ଲାଇନ ବିଛା ଯାଇଥିଲା । କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ରତିଆଧିଆ ତରବରିଆ ଭାବେ ରାସ୍ତା ଖୋଳୀ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ହୋଇଥିବା ଯୋଗୁଁ କମ ଦିନ ମଧ୍ୟରେ ପାଇପ ଲାଇନ ସଂଯୋଗ ରେ ସମସ୍ୟା ଉପୁଜି ରାସ୍ତା ଉପରକୁ ପାଣି ଆସିଯାଇଥିବା ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହୋଇଛି l ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି l
