March 8, 2026

ଗଡଭିତର କ୍ଲଷ୍ଟର ସ୍ତରୀୟ ଷଷ୍ଠ ସହଭାଗୀ ବୈଠକ ଅନୁଷ୍ଠିତ

yufyufyg
Share

 

ଗଡଭିତର କ୍ଲଷ୍ଟର ସ୍ତରୀୟ ଷଷ୍ଠ ସହଭାଗୀ ବୈଠକ ସ୍ଥାନୀୟ ସରକାରୀ ଉ‍.ପ୍ରା. ବିଦ୍ଯାଳୟ ବଡବଜାର,ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସହଭାଗୀ ବୈଠକରେ କ୍ଲଷ୍ଟର୍ ର ସମସ୍ତ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ। ବାଳିକା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚାରୁବାଳା ଦେବୀ ନିରୀକ୍ଷକ ଭାବେ ଯୋଗ ଦେଇ ସଭାର ଆଭିମୁଖ୍ଯ ବିଷୟରେ ଆଲୋକପାତ କରିଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୁଦ୍ଧଦେବ ସା ତଥା ଶିକ୍ଷୟିତ୍ରୀ ନିୟତି ପଟ୍ଟନାୟକ,ସୁଷମାରାଣୀ ପଣ୍ଡା ପଠନ କୌଶଳ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ମାପ ସମ୍ପର୍କିତ ଶିକ୍ଷଣ ଧାରଣା ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ମିଶ୍ର ସଭାରେ ଉପସ୍ଥିତ ରହି ସଭା ଆୟୋଜନର ଉପାଦେୟତା ବର୍ଣ୍ଣନା କରିଥିଲେ।ପରିଶେଷରେ ସ୍ଥାନୀୟ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସରସ୍ଵତୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।