November 19, 2026

ତିର୍ତୋଲରେ ଜାତୀୟ ପ୍ରେସ ଦିବସ ପାଳିତ

IMG-20261116-WA0094
Share

।ତିର୍ତୋଲ ୧୬/୧୧( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ଆଜି ଜାତୀୟ ପ୍ରେସ ଦିବସ ଅବସରରେ ତିର୍ତୋଲ ବ୍ଲକ ପରିସରରେ ଆଦିକବି ଶାରଳା ଦାସ ସମ୍ମିଳନୀ କକ୍ଷରେ ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତିର୍ତୋଲ ସାମ୍ବାଦିକ ସଂଘର ସଭାପତି ପ୍ରଭାତ କୁମାର ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ଏସ.ଡ଼ି.ପି.ଓ ଅଜୟ କୁମାର ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଚରିତ୍ର ସୁରକ୍ଷା ଓ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିବା ବେଳେ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଧ୍ୱରେ ରହି ସାମ୍ବାଦିକତା ବୃତ୍ତିକୁ ନେଇ ଶୁଚିନ୍ତିତ ମତବ୍ୟକ୍ତ କରିଥଲେ । ସମ୍ମାନିତ ଅତିଥି ଭାବେ ତିର୍ତୋଲ ତହସିଲଦାର ମହେଶ୍ୱର ବେହେରା ଅନ୍ୟ ମାନଙ୍କ ମଧ୍ୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ସୂର୍ଯ୍ୟ ରଞ୍ଜନ ଦାଶ, ତିର୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା ଓ ଅତିରିକ୍ତ ମଣ୍ଡଳ ଅଧିକାରୀ ସତ୍ୟଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟ କ୍ରମରେ ତିର୍ତୋଲ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଠା ସୁଧାଂଶୁ ଶେଖର ପୃଷ୍ଟି, ଟୁକନ ଚରଣ ସେଠି ଓ ଅମର ଜ୍ୟୋତି ସାହୁଙ୍କ ସମେତ ସଂଘର ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ , ବରିଷ୍ଠ ସଦସ୍ୟ ନିଶାକର ଦାସ , ସତ୍ୟ ପ୍ରକାଶ ମହାନ୍ତି. ଜଗନ୍ନାଥ ପ୍ରସାଦ ସାହୁ , ସୌରଜିତ ପଢିଆରି, ଏମ.ଏସ. ରାଜନ କୁମାର , ଗୋପାଳ କୃଷ୍ଣ ଦାସ , କୈଳାସ ଚନ୍ଦ୍ର ବେହେରା , ରଂଜିତ ମଲ୍ଲିକ, ସ୍ୱାଗତ ରଞ୍ଜନ ଦାସ , ସୁଭାଶିଷ ସ୍ୱାଇଁ , ସୁଶୀଲ ମହାପାତ୍ର ,ରଞ୍ଜନ କୁମାର ମଲ୍ଲିକ ଓ କବିତା ଦାଶ ପ୍ରଭୁତି ଏହି କାର୍ଯ୍ୟ କ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

You may have missed