March 11, 2026
IMG-20251116-WA0025
Share

 

ପୁରୀ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ସପ୍ତମ ବହିମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପ୍ରମୁଖବିଦ୍ୟାଳୟର ସଭାପତି ରମେଶ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ବହିମେଳାରେ ସମ୍ପାଦକ ମହେନ୍ଦ୍ର ବିଶୋଇ, ସହ ସମ୍ପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ ଉପସ୍ଥିତ ଥିଲେ. ପ୍ରତିଯୋଗିତାରେ ଶିକ୍ଷା ମୁକୁଳ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 124ଜଣ ପ୍ରତିଯୋଗୀ ବହିମେଳାରେ ଯୋଗଦେବା ସହିତ କୌତୁକ ବେଶରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ. ବିଶିଷ୍ଟ ମଞ୍ଚ ଅଭିନେତା ତଥା ନାଟ୍ୟକାର ମହେନ୍ଦ୍ର କୁମାର ଦାଶ, କଳ୍ପନା ମିଶ୍ର, ପ୍ରଦୀପ କୁମାର ଦାସ, ବିକାଶ ଦତ୍ତ, ନିବେଦିତା ଦାସ, ଗଣେଶ୍ୱର ଦାଶ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇ ପ୍ରତିଯୋଗିତା ର ମୂଲ୍ୟାୟନ କରିଥିଲେ. ପ୍ରଜ୍ଞା ସାହୁ, ମମତା ଦାସ, ଗୋଲଡି ଭଞ୍ଜ, ମାନସୀ ଦାଶ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ