November 16, 2024

ବେଳାଭୂମି ସାହିତ୍ୟ ସଂସଦ ର କବି ସମ୍ମିଳନୀ ଓ କବିତା ପାଠ ଉତ୍ସବ

Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଯାହାନିଆ ପୀଠ ଠାରେ ବେଳାଭୂମି ସାହିତ୍ୟ ସଂସଦ ର କବିତା ପାଠୋତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଜାଇ ଅଛି। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦଘାଟନ୍ କରିଥିଲେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକ,ସରପଞ୍ଚ କ୍ଷୀରୋଦ କାଣ୍ଡୀ ,ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ । ପ୍ରାରମ୍ଭରେ ଆସିଥିବା କବି କବୟିତ୍ରୀ ମାନଙ୍କ ଦ୍ବାରା କବିତା ପାଠ କରାଯାଇଥିଲା। ଦିତୀୟ ଅଧିବେଶନ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଥିଲା । ଏଥିରେ ସଭାପତି, ଚିତ୍ତରଞ୍ଜନ ବିଶ୍ଵାଳ, ସଭାପତ୍ବ କରିଥିବା ବେଳେ ସାହିତ୍ୟ ସଂସଦ ର ସଂଯୋଜକ ସୋଭକର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ସଂସଦ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତୀତ୍ୟୋ ଅର୍ଜନ କରିଥିବା ୩୦ ଜଣ ବ୍ୟକ୍ତି ବିଶେଷ ଙ୍କୁ ସୁରେନ୍ଦ୍ର ନାଥ ସ୍ମୃତି ସମ୍ମାନ ପ୍ରଦାନ କରା ଯାଇଥିଲା। ପୁଷ୍ପଲତା ବେହେରା,ହୃଦାନନ୍ଦ ସାଶମଲ,ଦୀପ୍ତି ମହାନ୍ତି,ପୂର୍ବତନ ଛାତ୍ରୀ ଜୟନ୍ତୀ ସ୍ବାଇଁ,ପ୍ରଫୁଲ୍ଲ ବେହେରା, ବିଚିତ୍ରା ନନ୍ଦ ବିଶ୍ଵାଳ,ସଞ୍ଜୟ ବରାଳ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଗଙ୍ଗାଧର ଓଝା,ପ୍ରମୁଖ କବି କବୟିତ୍ରୀ,ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହ , ସାହିତ୍ୟ ସଂସଦ କାର୍ଯ୍ୟକ୍ରଗୁଡ଼ିକ କିପରି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କତି ବିଭାଗ ଦ୍ବାରା ଆୟୋଜିତ କରାଯାଇ ଭାଷା ସାହିତ୍ୟ,ସହ ଉତ୍କଳୀୟ ନୌ ବାଣୀଜ୍ୟ ର ପ୍ରସାର ପ୍ରଚାର ହୋଇ ପାରୁଛି ସେ ବିଷୟରେ ଆଲୋଚନା କରିଥିଲେ । ବ୍ୟଙ୍ଗ କବି ତଥା ହାସ୍ୟ କୁମୁଦ ସମ୍ପଦ ରଥ ସମସ୍ତ କାର୍ଯ୍ୟକ୍ରମ ର ଶୁ ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ମନସ୍ମିନୀ ଦାସ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ର ବଲାଙ୍ଗୀର,ସମ୍ବଲପୁର,ଗଜପତି,ଯାଜପୁର,କଟକ,ଭୁବନେଶ୍ୱର,ନୟାଗଡ଼ ଆଦି ଜିଲ୍ଲାରୁ କବି କବୟିତ୍ରୀ ଯୋଗଦାନ କରିଥିଲେ ।