November 16, 2024
Share

 

୧-ଆଜି ବିଛା ସଂକ୍ରାନ୍ତି, ମାଡ଼ଖାଇଲା ଛାଡଖାଇ, ରବିବାରକୁ ଘୁଞ୍ଚିଲା ଆମିଷ ଖିଆ, ଦିନକ ଆଗରୁ ଦିଆସରିଲାଣି ଅର୍ଡର।

 

୨-ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର, ଶ୍ରଦ୍ଧାଳୁଙ୍କ ତିନି ଦ୍ବାର ଦେଇ ହେବ ପ୍ରସ୍ଥାନ।

 

୩-ଭୁବନେଶ୍ୱରରେ ଭୂମିକା ଚକ୍ଷୁ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

 

୪-ବିଦେଶରୁ ଓଡିଶାକୁ ଆସିବ ପୁଞ୍ଜି: ଦେଶ ପରେ ବିଦେଶୀ ପୁଞ୍ଜିନିବେଶ ଉପରେ ଆଖି, ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

୫-ବୟାଳିଶମୈ।ଜା:ବୋଇତ ବନ୍ଦାଣ ଉତ୍ସବରେ ଅଘଟଣ,ନଇରେ ଓଲଟି ପଡ଼ିଲା ବୋଇତ।

 

୬-ଭୁବନେଶ୍ୱର: ସରିଲା ମହାକାର୍ତିକ ବ୍ରତ,ଲୋତକପୂର୍ଣ ଆଖିରେ ବିଦାୟ ଦେଲେ ହବିଷ୍ଯାଳୀ।

 

୭-ପୁରୀ:୪ରେ ନୈ।ସେନା ଦିବସ,ଯୋଗଦେବେ ରାଷ୍ଟ୍ରପତି।

 

୮-ମହାନଦୀ ପଠାରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କଟକ ଓ ସମ୍ବଲପୁରରେ ହେଵ ମହାନଦୀ ରିଭର ଫ୍ରଣ୍ଟ, ୨ଶହ କୋଟି ଟଙ୍କା ମଞ୍ଜୁର।

 

୯-ନଭେମ୍ବର ୧୮ ଓ ୨୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

 

୧୦-ରଣଜୀ ଟ୍ରଫି: ବାରବାଟୀରେ ଓଡ଼ିଶାର ଜବରଦସ୍ତ ପ୍ରଦର୍ଶନ, ୩ ଓ୍ୱିକେଟ୍‌ରେ ମହାରାଷ୍ଟ୍ରକୁ ହରାଇଲା।

 

୧୧-ଲାଗୁ ହେବ ପେସା ଆଇନ୍, ପଲ୍ଲୀସଭାରେ ନିଆଯିବ ମତାମତ; ଆଦିବାସୀଙ୍କୁ ଅଧିକାର ଦେବେ ମୋହନ ସରକାର।

 

୧୨-ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ନୃଶଂସ ସାଜିଲା ମାଆ,ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ନିଜ ପିଲାଙ୍କୁ ଦେଲା ସଜା।

 

୧୩-କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ି ୩ ବର୍ଷର ଶିଶୁପୁତ୍ର ମୃତ, କଟକ ଜିଲା ସାଲେପୁର ବ୍ଲକ କରମୁଆଁ ଗାଁରେ ଦୁଃଖଦ ଘଟଣା।

 

୧୪-ଯମୁନା ପରେ ଜିନତ୍, ଚଳଞ୍ଚଳ ଶିମିଳିପାଳ; ମହାରାଷ୍ଟ୍ରରୁ ଆସିଲା ଦ୍ୱିତୀୟ ମହାବଳ।

 

୧୫-ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ।

 

୧୬-ଜଟଣୀ ରାଜାବଜାରରେ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଦୋକାନ ମାଲିକଙ୍କ ମୃତ୍ୟୁ।

 

୧୭-ଭୁବନେଶ୍ୱରରୁ ଇନ୍ଦୋର-ଡେରାଡୁନ୍-କୋଚିକୁ ଡାଇରେକ୍ଟ ଫ୍ଲାଇଟ୍‌, ଆଉ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।

 

୧୮-ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି, ଦେଓଘରରେ ଜରୁରୀ କଲା ଅବତରଣ।

 

୧୯-ନୂଆଦିଲ୍ଲୀର ବାନ୍ସେରା ପାର୍କ:ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା।

 

୨୦-ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ, ପ୍ରାଥମିକ ବିଦ୍ୟାଳୟ ବନ୍ଦ କଲେ ଦିଲ୍ଲୀ ସରକାର।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*