September 1, 2026

ଓଡିଶା ସାମ୍ବାଦିକ ସଂଘ(ଓ.ଜେ. ୟୂ), କୋରାପୁଟ ଜିଲ୍ଲା ଶାଖା ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ।

IMG-20231116-WA0012
Share

ଓଡିଶା ସାମ୍ବାଦିକ ସଂଘ(ଓ.ଜେ. ୟୂ), କୋରାପୁଟ ଜିଲ୍ଲା ଶାଖା ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ।

ଆଜି ମଧ୍ୟାହ୍ନରେ କୋଟପାଡ଼ ଠାରେ ଓଡିଶା ସାମ୍ବାଦିକ ସଂଘ(ଓ.ଜେ.ୟୁ.)ର କୋରାପୁଟ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି ।ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଭିନ୍ନ ଭିନ୍ନ ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁୁ ଜାତୀୟ ପୁରସ୍କାରପ୍ରାପ୍ତ କରିଥିବା ପଦ୍ମଶ୍ରୀ ଗୋବର୍ଦ୍ଧିନ ପନିକାଙ୍କୁ ସଂଘ ଦ୍ଵାରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ମୂଖ୍ୟ ଅତିଥି ଶ୍ରୀ ପନିକା ଓ.ଜେ.ୟୁ.ର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସମାଜ ର ତୃଣମୂଳ ସ୍ତରର ଦୁର୍ବଳ ବ୍ୟକ୍ତିର ସ୍ଵରକୁ ସଚ୍ଚୋଟ ଓ ନିର୍ଭୀକ ଭାବରେ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚାଇବା ସହ ରାଷ୍ଟ୍ର ଗଠନରେ ନିଜ ନିଜର ଉପଯୁକ୍ତ ଭୁମିକା ନିର୍ବାହ କରିବାକୁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଆହ୍ଵାନ କରିଥିଲେ । ମହାମହିମ ରାଷ୍ଟ୍ରପତି ସ୍ଵର୍ଗତ ଏ.ପି.ଜେ.ଅବଦୁଲ କଲାମ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିବାର ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ଆଲୋଚନା କରିବା ସହ ଗଣମାଧ୍ୟମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ହରିଶ କୁମାର, ପଟ୍ଟନାୟକ, ଶ୍ରୀମତି ମଞ୍ଜୁଳା ପଟ୍ଟନାୟକ, ଉପ-ସଭାପତି ରବିଶଙ୍କର ମହାପାତ୍ର, ରୂପକ ଖରା, ଶ୍ୟାମ ଖିଲ,ଶୁଭ ନାରାୟଣ ମହାନ୍ତି, ରମେଶ ନାୟକ, ସୁରେନ୍ଦ୍ର ସଗରିଆ, ସୁଶାନ୍ତ କୁମାର ଅଧିକାରୀ,ଗୋପୀ ଜାନୀ , ଶୈଳେନ୍ଦ୍ର ମାଦଳାଙ୍କ ସମେତ କୋଟପାଡ଼,ବୋରିଗୁମ୍ମା, କୁନ୍ଦୁରା, ବୈପାରୀଗୁଡ଼ା, ପଟ୍ଟାଙ୍ଗି ବ୍ଳକରୁ ଆସିଥିବା ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖାର ବହୁ ସମ୍ବାଦିକ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ସହ ବହୁ ଆଡମ୍ବର ସହକାରେ ଜାତୀୟ ପ୍ରେସ ଦିବସ ପାଳନ କରିଥିବା ଜଣା ପଡିଛି । ସଂଘର କାର୍ଯ୍ୟଧାରା କିପରି ହେବା ଉଚିତ, ନିଜର ବ୍ୟକ୍ତିଗତ ସ୍ଵାର୍ଥ ଅପେକ୍ଷା ଦଳଗତ ସ୍ଵାର୍ଥ ପ୍ରତି ଗୁରୁତ୍ଵାରୋପ କଲେ ସଂଘ ଅଧିକ ମଜବୁତ ହେବ,ତେଣୁ ଆଜିର ପବିତ୍ର ଦିବସରେ ସଂଘୀୟ ସ୍ଵାର୍ଥ ପ୍ରତି ପୂର୍ବାପେକ୍ଷା ଅଧିକରୁ ଅଧିକ ଗୁରୁତ୍ଵ ଦେଇ ସମାଜ କଲ୍ୟାଣରେ ବ୍ରତୀ ହେବାକୁ ସମସ୍ତେ ଏକମତ ହୋଇଥିବା ଜଣାପଡିଛି ।

ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଓଡ଼ିଶା ,

You may have missed