ସୌନ୍ଦର୍ଯ୍ୟ ରେ ଜିଲ୍ଲା ରେ ସବୁଠାରୁ ଆଗରେ ଉମରକୋଟ ସହର

IMG_20231116_104230
Share

ସୌନ୍ଦର୍ଯ୍ୟ ରେ ଜିଲ୍ଲା ରେ ସବୁଠାରୁ ଆଗରେ ଉମରକୋଟ ସହର

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ସୌନ୍ଦର୍ଯ୍ୟ ରେ ସବୁଠାରୁ ଆଗରେ ହେଲା ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହର!କିଛି ଦିନ ପୂର୍ବେ ଉମରକୋଟ ସହର ର ଡିଏନକେ ଠାରେ ଏକ ସ୍ମାର୍ଟ ଥିଏଟର ର ଉଦଘାଟନ କରିଥିଲେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର!ଯାହା ଫଳରେ ଅଞ୍ଚଳବାସୀ ଥିଏଟର ରେ ବସି ସିନେମା ର ମଜା ନେଉଛନ୍ତି!ସେହିପରି ଆଜି ପୌର ପରିଷଦ ତରଫରୁ ଉମରକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଜୟ ଜଗନ୍ନାଥ ର ଏକ ସୁନ୍ଦର ଲେଖା, ନୂତନ ବସ ଷ୍ଟାଣ୍ଡ ରେ ବ୍ୟବସାୟ ପାଇଁ 12ଟି ଷ୍ଟଲ ଭେଣ୍ଡର, ଛୋଟ ଛୋଟ ପୁଅ ଝିଅ ପାଇଁ ନୂତନ ବସ ଷ୍ଟାଣ୍ଡରେ ଥିବା ପୁରୁଣା ଶିଶୁ ଉଦ୍ୟାନ କୁ ପୁନଃ ନିର୍ମାଣ ଓ ଡିଏନକେ ଠାରେ ଆଇ ଲୋଭ ଉମରକୋଟ ର ନିର୍ମାଣ କରି ସହର ର ସୌନ୍ଦର୍ଯ୍ୟ ବଢ଼େଇଛି ବୋଲି ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଛନ୍ତି!ଏହି ଉଦଘାଟନୀ ଉତ୍ସବ ରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ସହ ସାଂସଦ ରମେଶ ମାଝୀ, ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରୀତି ରଞ୍ଜନ ରଥ,14ଗୋଟି ୱାର୍ଡ ର ସମସ୍ତ କାଉଁସିଲର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ!