October 5, 2024

ସକାଳର ଖବର, ୧୬-ନଭେମ୍ବର-୨୦୨୩, ଗୁରୁବାର

Share

*╭──────────────────╮*
*🌄ସକାଳର ଖବର, ୧୬-ନଭେମ୍ବର-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସାରା ଦେଶରେ ରାଜସ୍ବ ବଳକା ଭାବେ ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି l

➡️୨-ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ l

➡️୩-୮ କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୪-ଏଣିକି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ । ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ରାଶି । କ୍ରୀଡା ବିଭାଗ କଲା ବଡ ଘୋଷଣା ।

➡️୫-ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ ।

➡️୬-ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା l ଆଜିଠାରୁ ୧୮ ତାରିଖ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଓଡ଼ିଶାକୁ ବେଶୀ ନାହିଁ ଅବପାତ ପ୍ରଭାବ l ଆଜି ସକାଳେ ଗଭୀର ଅବପାତ ରୂପ ନେଇପାରେ l

➡️୭-‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍’ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ସାମିଲ ହେବେ ୧୨୫ ଦେଶ l

➡️୮-ଭକ୍ତଙ୍କ ନିମନ୍ତେ ଗତକାଲି ବନ୍ଦ ହେଲା ବିଶ୍ୱ ପ୍ରଶିଦ୍ଧ କେଦାରନାଥଧାମର କବାଟ l ମନ୍ଦିରର କବାଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ୨୦୨୪ ଏପ୍ରିଲ ୨୫ ତାରିଖରେ ପୁଣି କବାଟ ଖୋଲିବ।

➡️୯-‘ଜୱାନ’ ଏବଂ ‘ଗଦର-୨’ର ରେକର୍ଡ ଭାଙ୍ଗିଲା ଦୀପାବଳୀରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର-୩’ l

➡️୧୦-ଫ୍ୟାନ୍‌ଙ୍କୁ ଚାପୁଡ଼ା ମାରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଡାସମାଲୋଚନା ହେଲେ ବଲିଉଡ୍ ରିୟଲ ଆକ୍ଟର ନାନା ପାଟେକର। ସେପଟେ ନିର୍ଦ୍ଦେଶକ କହିଲେ- ସେମିତି କିଛି ଘଟିନି, ଏହା ଶୁଟିଂର ଏକ ସିନ୍ l

➡️୧୧-ବଜାଜ ଫାଇନାନ୍ସକୁ ଉପରେ ଆର୍‌ବିଆଇ ଲଗାଇଲା ଛାଟ, ଇକମ ଓ ଇନଷ୍ଟା ଇଏମ୍‌ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ହେଲା ନିର୍ଦ୍ଦେଶ l

➡️୧୨-ଉତ୍ତରପ୍ରଦେଶର ଇଟାୱା ନିକଟରେ ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ୍‌ ଏକ୍ସପ୍ରେସରେ ଘଟିଲା ଅଗ୍ନକାଣ୍ଡ l ଏହି ଘଟଣାରେ ୬ଜଣ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

➡️୧୩-ଓଡ଼ିଶାରେ ପିଏମ୍‌ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

➡️୧୪-ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ହେଲା ବ୍ୟାହତ ।

➡️୧୫-ଚଳିତ ଆର୍ଥିକ ବର୍ଷରେ ବଢିଲା ଦେଶର ରପ୍ତାନୀ l ରିପୋର୍ଟ ଅନୁସାରେ ଅକ୍ଟୋବରରେ ରପ୍ତାନୀ ୬.୨୧% ହେଲା ବୃଦ୍ଧି l

➡️୧୬-ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱାଲ ଗତକାଲି କଲେ ଘୋଷଣା l

➡️୧୭-World Cup ସେମି ଫାଇନାଲରେ ବିଶ୍ୱ ରେକର୍ଡ କଲା DISNEY+ Hotstar l ୫୦ ମିଲିୟନ୍ ଦର୍ଶକ ଏକା ସାଙ୍ଗରେ ଦେଖିଲେ ମ୍ୟାଚ୍ l

➡️୧୮-ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ କଲା ପ୍ରବେଶ l ୱାଙ୍ଖଡେ ଷ୍ଟାଡ଼ିୟମରେ ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକ ପରେ ମହମ୍ମଦ ସାମିଙ୍କ ୭ଟି ୱି‌କେଟ ବଳରେ ଭାରତ କ୍ରମାଗତ ଦଶମ ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ କଲା ପକ୍କା।

➡️୧୯-ସଚିନ ତେନ୍ଦୁଲକରଙ୍କ ୩ ବଡ଼ ରେକର୍ଡ ଭାଙ୍ଗିଲେ ‘କିଙ୍ଗ କୋହଲି’, ପରେ କ୍ରିକେଟ୍ ଗଡ୍‌ ସଚିନଙ୍କ ଆଗରେ ନୁଆଇଁଲେ ମୁଣ୍ଡ l ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ରନ କରିବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଶହ ସର୍ବାଧିକ ଥର ୫୦ରୁ ଉର୍ଦ୍ଧ୍ଵ ସ୍କୋର କରିବାରେ ମାଷ୍ଟର ବ୍ଲାରଷ୍ଟରଙ୍କୁ ପକାଇଲେ ପଛରେ l

➡️୨୦-ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ୬୭ ବଲ୍‌ରେ ଶତକ ମାରି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କଲେ ଶ୍ରେୟାସ ଆୟର l ପୂର୍ବରୁ କେଏଲ୍‌ ରାହୁଲ ୬୨ ବଲରେ, ରୋହିତ ୬୩ ବଲ୍‌ରେ ଏବଂ ଏବେ ଆୟର ୬୭ ବଲ୍‌ରେ ଶତକ ମାରି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

➡️୨୧-ବିଶ୍ୱକପ୍‌ରୁ ବିଦା ହେବା ପରେ ପାକିସ୍ତାନ ଟିମ୍‌ରେ ଆମୂଳଚୂଳ ପରିବର୍ତ୍ତନ; ଶାହୀନ ଟି-୨୦ ଓ ଶାନ ମସୁଦ ଟେଷ୍ଟ କ୍ୟାପ୍ଟେନ୍ ନିଯୁକ୍ତ, ବାବରଙ୍କ ଇସ୍ତଫା l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଆନ୍ତର୍ଜାତୀୟ ସହନଶୀଳତା ଦିବସ ll*
*🔅ଆଜି ଜାତୀୟ ସାମ୍ବାଦିକ ଦିବସ ll*
*🔅ଆଜି ଅଡିଟ୍ ଦିବସ ll*
*🔅ଆଜି ବିଶ୍ୱ ଦର୍ଶନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ବିଶ୍ୱ ଗିନିଜ ରେକର୍ଡ ଦିବସ ll*
*🔅ଆଜି ଜାତୀୟ ଫାଷ୍ଟଫୁଡ୍ ଦିବସ ll*
*🔅ଆଜି ସାମାଜିକ ଉଦ୍ୟୋଗ ଦିବସ ll*
*🔅ଆଜି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*