August 26, 2026

ଜନଶୁଣାଣି କାର୍ଯ୍ୟକ୍ରମ ଅଟକିଲା ଅଧାରେ, ଘରକୁ ଫେରିଲେ ଅଭିଯୋଗକାରି

WhatsApp Image 2023-10-16 at 5.19.36 PM
Share


ଅସ୍ତରଙ୍ଗ,16/10-ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଚାଲୁଥିଲା ବେଳେ, ଅସ୍ତରଙ୍ଗ ର ଅନେକ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ମାନେ ଧାରଣା ରେ ବସିବାର ଦୃଶ୍ୟ,ଦେଖିବାକୁ ମିଳିଥିଲା । ସୂଚନା ମୁତାବକଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାଶ ନାୟକ ଅଧକ୍ଷତା କରୁଥିଲେ, ଏଥି ସହିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଜନଶୁଣାଣି ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ, ପୁରୀ ପଞ୍ଚାୟତରାଜ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିମଳ ତିଡ଼ିଆ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ, ଉପାଧ୍ୟାକ୍ଷ ଦୁର୍ଯୟ ମିଶ୍ର, ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ତହସିଲଦାର ପ୍ରଭୁ ପଣ୍ଡା ଙ୍କ ସମେତ ଅସ୍ତରଙ୍ଗ କାକଟପୁର ଅଂଚଳ ର ବହୁ ବିଭାଗୀୟ ଅଧିକାରୀ, ପଂଚାୟତସମିତି ର ଅନେକ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହିଥିଲେ,ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବିଡ଼ିଓ ଡ଼ଃ. ବେବିତା ମଞ୍ଜରୀ ନାୟକ ଚଞ୍ଚକତା କରି ସେମାନଙ୍କ ପ୍ରୋଜେକ୍ଟ କାଟିଥିବା ଅଭିଯୋଗ ଆଣିଥିଲେ ନିର୍ବାଚିତ ପ୍ରତିନିଧି ମାନେ । ସେମାନେ ଏ ବାବଦରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲା ପାଳ ଙ୍କୁ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ର ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ରକାରେ ଅନସନରୁ ଉଠିବେ ନାହିଁ ବୋଲି ଦାବି ରାଖୀ ଥିଲେ ।
ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ରେ ଅସ୍ତରଙ୍ଗ ରେ ମିଳିତମଞ୍ଚ ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରିଯାଇଛି । ବିଡ଼ିଓ ଏଠି ସ୍ୱତନ୍ତ୍ର ଭାବେ ଅଣଦେଖା କରୁଛନ୍ତି, ନିର୍ବାଚିତ ପ୍ରତିନିଧି ଙ୍କ ଅଧିକାର କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଏଠି ପ୍ରଶାସନିକ ଅଧିକାରୀ ଚାଲ ଚଳାଉଛନ୍ତି, ଏହିଭଳି ଅନେକ ଅଭିଯୋଗ ଆଣିବା ସହିତ ଅନଶନ ରେ ବସିରହିଥିଲେ ନିର୍ବାଚିତ ପ୍ରତିନିଧି ଗଣ ।
ଏହି ସମୟ ରେ ଏକ ହଜାର ରୁ ଉର୍ଦ୍ଧ ଅଭିଯୋଗ କାରି ଶିବିର ବାହାର ରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିଲେ ରହିଥିଲେ । ଏମାନଙ୍କ ଭିତରେ ଅନେକ ମାନସିକ ବି ବିକାର ଲୋକ, ଅନେକ ବୃଦ୍ଧ ବୃଦ୍ଧା ମଧ୍ୟ ରହି ଥିବାର ଦେଖା ଯାଇଥିଲା । ଅନେକ ଲୋକ ଏହି ଅନଶନ କାରଣ ରୁ ନିଜର ଅଭିଯୋଗ ଦେବାରେ ବିଫଳ ହୋଇଥିଲେ ଏବଂ ଘଣ୍ଟା ଘଣ୍ଟା ଅପେକ୍ଷା ନକରି ଘରକୁ ଫେରିଥିବା ବେଳେ ଉପସ୍ଥିତ ଥିବା ଅଧକାରୀ ମାନେ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା।

 

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed