March 11, 2026

କୁମେଲସିଂହା ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ଗଣ୍ଡଗୋଳ ଯୋଗୁଁ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

IMG-20250916-WA0080
Share

 

: ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ପଞ୍ଚାୟତ ଅଧିନରେ ଥିବା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ପ୍ରଧାନଶିକ୍ଷକଙ୍କ ସହିତ ସହ ଶିକ୍ଷକମାନଙ୍କ ମତ ମତାନ୍ତର ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟର ଶିକ୍ଷା ନୀତି ବାଟରେ ପଡ଼ି ଦାଣ୍ଡରେ ଗଡୁଛି। ବାରମ୍ବାର ପରିଚାଳନା କମିଟି ଓ ଶିକ୍ଷକମାନଙ୍କ ମଧ୍ୟରେ ଅନେକ ସଭା ସମିତି ହୋଇ ଆସୁଥିଲେ ସୁଦ୍ଧା କୌଣସି ସମସ୍ୟାର ବାଟ ଖୋଲି ନଥିଲା। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ/ଅଭିଭାବିକାମାନେ ବିଦ୍ୟାଳୟ ବନ୍ଦ କରି ଗ୍ରାମର ମୁଖ୍ୟ ରାସ୍ତା ବନ୍ଦ କରି ଯେ ପର୍ଯ୍ୟନ୍ତ ନୂତନ କମିଟି ସହ ନୂତନ ଶିକ୍ଷକ ନିଯୁକ୍ତି କରାନଯିବ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ଓ ଜିଲ୍ଲା ଶିକ୍ଷା ବିଭାଗ ଠିକ୍ ଭାବରେ ଯଦି ପାଠପଢା ନକରିବେ,ନୂତନ ଶିକ୍ଷକ ନିଯୁକ୍ତି ନଦେବେ ଓ ନୂତନ କମିଟି କରା ନଯିବ ତାହେଲେ ଟିସି ନେଇ ଅନ୍ୟତ୍ର ବିଦ୍ୟାଳୟକୁ ଚାଲି ଯିବା ପାଇଁ ଅଣ୍ଟା ଭିଡ଼ି ଜିଲ୍ଲା ଶିକ୍ଷା ବିଭାଗ କଡା ଚେତାବନୀ ଦେଇଛନ୍ତି।

 

ଏହି ଘଟଣା ପାଇଁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ବେଳେ ଏପର୍ଯ୍ୟନ୍ତ ଶିକ୍ଷା ବିଭାଗ ଠୋସ ପଦକ୍ଷେପ ନନେବା ଯୋଗୁଁ ଛାତ୍ରଛାତ୍ରୀ ଅଭିଭାବକ/ଅଭିଭାବିକାମାନଙ୍କ ମହଲରେ ତୀବ୍ର ଉତ୍ତେଜନା ଦେଖାଯାଇଛି।ଏପରିକି ବିଦ୍ୟାଳୟର ଗେଟ୍ ନଥିବା ଯୋଗୁଁ ସ୍କୁଲ ପରିସରରେ ମଧ୍ୟରେ ଗାଈ ଗୋରୁ ତଥା ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ସ୍ୱରୂପ ଆସନ୍ତା ୧୫ଦିନ ମଧ୍ୟରେ ବିଦ୍ୟାଳୟର ଗେଟ୍ ତିଆରି ହୋଇଯିବ ବୋଲି ସମସ୍ତଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ରଛାତ୍ରୀକଂ ଦାବୀ ହେଉଛି ନୂତନ ସ୍କୁଲ ପରିଚାଳନା କମିଟି ଗଠନ,ନୂତନ ଗେଟ ଲଗାଇବା ଓ କ୍ରିଡା ଶିକ୍ଷକଙ୍କୁ ଅନ୍ୟତ୍ର ବଦଲି

 

 

ବରଗଡରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ