ଆସିଥିଲେ ଶବ ହୋଇ ଜୁଇରେ ଉଠି ବସିଲେ ବୃଦ୍ଧା ବର୍ତ୍ତମାନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି
ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ବୃଦ୍ଧାଙ୍କୁ ସ୍ୱର୍ଗଦ୍ୱାରରୁ ମେଡିକାଲ ଅଣାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l ବୃଦ୍ଧାଙ୍କ ପରିଚୟ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ ୮୬ ବୋଲି ଜଣାଯାଇଛି l ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ସ୍ୱର୍ଗଦ୍ୱାର ରେ ଜୁଇରେ କାଠ ଉପରେ ବୃଦ୍ଧାଙ୍କୁ ନଦି ଦେବାପରେ ଉଠି ବସିଥିଲେ ବୃଦ୍ଧା,ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ବେଡ଼ ଆଡମିଶନ କରାଇଥିଲେ l ବର୍ତ୍ତମାନ ବୃଦ୍ଧା ସୁସ୍ଥ ଅଛନ୍ତି l ଏହି ଖବର ପୁରୀ ସହରରେ ଏକ ଗୁଞ୍ଜରଣ ସୃଷ୍ଟି କରିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
