April 26, 2026
IMG-20250916-WA0072
Share

 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓସେପ ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ଓଡ଼ିଶାର ଶିକ୍ଷାର ହାର ବୃଦ୍ଧି କରିବା ନିମନ୍ତେ ପ୍ରଚଳିତ ନିପୁଣ ଓଡିଶା କାର୍ଯ୍ୟକ୍ରମ ନିମନ୍ତେ ପୁରୀଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢ଼ୀଙ୍କ ତତ୍ୱାବଧାନ ରେ ପୁରୀ ସହରର ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ରିତା ସାହୁଙ୍କ ପ୍ରଚେଷ୍ଟାରେ ଆଜି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା “ଆସ ଆମେ ସ୍କୁଲ ଯିବା ” ଅନୁଷ୍ଠିତ ହୋଇଥିଲା ଏହାଦ୍ୱାରା ଯେଉଁ ପିଲାମାନେ ବିଦ୍ୟାଳୟ ରେ ନାମ ଲେଖାଇ ବିଦ୍ୟାଳୟ ଆସୁନାହାନ୍ତି ସେମାନେ କିଭଳି ବିଦ୍ୟାଳୟ ଆସିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସବିତା ମହାପାତ୍ର, ଅନ୍ନଦା ମହାନ୍ତି, ନିରଞ୍ଜନ ରିପୁ, ନମିତା ବିଶୋଇ ଓ ପ୍ରଣତି ନାୟକ ଙ୍କ ସହିତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ