March 10, 2026

ୟୁଆଇଏଲ୍ ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

IMG-20250916-WA0066
Share

 

କାଶିପୁର,  : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ଅନ୍ତର୍ଗତ ଲଛୁଗୁଡ଼ା ଗ୍ରାମରେ ଏକ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉତ୍କଳ ଆଲୁମିନା ସିଏସଆର ବିଭାଗ ପକ୍ଷରୁ ସ୍ଥାନୀୟ ପ୍ରଭାବିତ ଓ ପର୍ଶ୍ଵସ୍ଥ ଗ୍ରାମାଞ୍ଚଳବାସୀଙ୍କ ପାଇଁ ସର୍ବଦା ଆର୍ଥିକ, ସାମାଜିକ ତଥା ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ ଜାରି ରହିଛି । ଯୁବା ଓ ମହିଳାବର୍ଗଙ୍କ ମଧ୍ୟରେ କୌଶଳ ଭିତ୍ତିକ ଜୀବିକା ପ୍ରଦାନ ସହ ଶିକ୍ଷା, ସ୍ବାସ୍ଥ୍ୟ ଉନ୍ନତି ଆଦି ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଏହି କ୍ରମରେ ସ୍ଥାନୀୟ ଲଛୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଇଛି । ଉକ୍ତ ଗୋଷ୍ଠୀ କେନ୍ଦ୍ର ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉପଯୋଗ ହେବ । ଉକ୍ତ ଗୋଷ୍ଠୀ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସଏଚଜି, ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସମେତ କମ୍ପାନୀ ସିଏଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର, ପ୍ଲାଣ୍ଟ ସିଏସଆର ମୁଖ୍ୟ ଦିଗନ୍ତ ମହାନ୍ତି ଓ ଏଲଡିସି ଏଜିଏମ ଚନ୍ଦନ ଚୌଧୁରୀ ଉପସ୍ଥିତ ଥିଲେ। ଏଥିସହ ଉତ୍କଳ ଆଲୁମିନା ସିଏସ୍ଆର୍ ଟିମ ସଦସ୍ୟ ଯଥା ରୁପେନ ପଟ୍ଟନାୟକ, ସୁବାଶ ଚନ୍ଦ୍ର ନାଏକ, ସତ୍ୟଭାମା ନାଏକ, ସୁଧୀର ନାଏକ, ଆଶିଷ କୁମାର ସାହୁ, ଗଜେନ୍ଦ୍ର ନାଏକ, କାର୍ତ୍ତିକେଶ୍ୱର ସାହୁ, ସୁସ୍ମିତା, କାମଦେବ ଓ ହେମଲତା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପିଆରଆଇ ସଦସ୍ୟ ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ରହି ଉତ୍କଳ ଆଲୁମିନାର ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ।ରାୟଗଡା ରୁ ରବିରାଜ ବୈଦ୍ୟ