March 11, 2026

ଯୁଜୁମୁରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

IMG-20250916-WA0006
Share

 

ସମ୍ବଲପୁର : ତା ୧୫/୦୯(ରାଜାରାମ ଷଡ଼ଙ୍ଗୀ):ସୋମବାର ଯୁଜୁମୁରା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୫୯ ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୩ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୬ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା । ୧ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ରେଡକ୍ରସ ଅଧୀନରେ ୦୧ ଜଣଙ୍କୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଗଲା।ଏଥି ସହିତ ଜିଲ୍ଲା ପ୍ରଶାସନର ପକ୍ଷରୁ

ବିବାହ ପ୍ରୋତ୍ସାହନ ଯୋଜନାରେ କବରାପାଲି ର ଜଣେ ଦମ୍ପତି- ସସ୍ମିତା ପ୍ରଧାନ ଓ ଦିଲ୍ଲୀପ କୁମାର ବାଗ ଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ଦୁଇ ଲକ୍ଷ ପଞ୍ଚାଶ ହଜାର (୨,୫୦,୦୦୦) ଟଙ୍କା ଏବଂ ଜାତୀୟ ପାରିବାରିକ ଲାଭ ଯୋଜନା” ଅଧୀନରେ ୬ ଜଣ ହିତାଧକାରୀଙ୍କୁ (ପ୍ରତିଜଣଙ୍କୁ) ୨୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଗଲା।

 

ଏହାପରେ , ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳୀରାମ ବୋନ୍ଦର, ଜନ ସାଧାରଣ ଙ୍କୁ ସଚେତନତା କରାଇବା ନିମନ୍ତେ ଶ୍ରୀ ଅନ୍ନ ଅଭିଯାନ ରଥକୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ ଜିଲ୍ଲାପାଳ ମହୋଦୟ ମିଳେଟ୍ ମିଶନ୍ ଅଧୀନରେ ହେଇଥିବା ୟୁନିଟ ଷ୍ଟଲ୍‌ ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରିଥିଲେ ।