ଆଜିର ଖବର..
ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ଅଳ୍ପ ଅଳ୍ପ ବର୍ଷା ହେବ। ଆସନ୍ତା କାଲି ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହେବ
ସୁଭଦ୍ରା ଯୋଜନା ଅଭିଯୋଗ ପୋର୍ଟାଲ ଖୋଲିଲା। ବାଦ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିବେ, ଟଙ୍କା ପାଇବେ
କାର୍ତ୍ତିକ ବ୍ରତ ପାଇଁ ୧୯ ତାରିଖରୁ ଅନଲାଇନରେ ହେବ ଆବେଦନ। ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ହୋଇଛି।
ରାଜ୍ୟର ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।ସରକାରୀ ଚାକିରିଆ ଭାବେ ଗର୍ବ କର ନାହିଁ ବୋଲି କହିଲେ
ସୁଭଦ୍ରା ମାଗଣା ଟଙ୍କାବଣ୍ଟା କାର୍ଯ୍ୟକ୍ରମର ଏକ ବର୍ଷ ପୁରିଲା। ୧୭ ତାରିଖରେ ରାଜ୍ୟର ୩୩୮ ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦୀ” କାର୍ଯ୍ୟକ୍ରମ
ରାସ୍ତାରେ ରିଲ୍ସ ବା ଭିଡିଓ କରିବା ପାଇଁ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ରାଜ୍ୟର ୧୨ ଟି ଜିଲ୍ଲାରେ ୨୭ ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମାଝୀ।
ବ୍ରହ୍ମପୁରରେ ହେବ ଫାର୍ମାସ୍ୟୁଟିକାଲ୍ ହବ୍। ନାଇପର୍ ପ୍ରତିଷ୍ଠାକୁ ମିଳିଲା ସବୁଜ ସଙ୍କେତ।
ଶାରଳା ପୁରସ୍କାର ପାଇବେ ଦେବଦାସ ଛୋଟରାୟ। ଗଳ୍ପ ସଂକଳନ ’ମ୍ୟାଟିନି ସୋ’ ପାଇଁ ସମ୍ମାନୀତ ହେବେ।
ନ୍ୟାୟିକ ଅଧିକାରୀଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ଲେଖି କଟକ ଆଇନଜୀବୀଙ୍କ ଲାଇସେନ୍ସ ଦୁଇବର୍ଷ ପାଇଁ ରଦ୍ଦ
ପୁରୀ ସ୍ଵର୍ଗଦ୍ଵାରରେ ସତ୍କାର ପାଇଁ ଶ୍ମଶାନକୁ ଆସିଥିଲା ଶବ। ଜୁଇ ନିଆଁ ଜଳିବା ଆଗରୁ ଉଠିକରି ବସିଲା।
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ରେ ୧୭ ତାରିଖରେ ଖୋଲିବ ଟ୍ରମାକେୟାର୍ ସେଣ୍ଟର
ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହେଲା ଓଡିଶା ଯୁବ ଅଫିସର ଅନ୍ୱେଷଙ୍କ ଫିଲ୍ମ ‘କଥାକାର କି ଡାଏରୀ’
କୋରାପୁଟ ଲକ୍ଷ୍ମୀପୁର ରେ ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ ଚାଷୀ, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍।
ସମ୍ବଲପୁରରେ ୱାଟକୋ ଯୋଗାଉଥିବା ପାଣି ପିଇବା ଯୋଗ୍ୟ ନୁହେଁ। ଉପୁଜିପାରେ ୨୦୧୪ର ଜଣ୍ଡିସ ସ୍ଥିତି। ଜନସ୍ୱାସ୍ଥ୍ୟ ବିଭାଗର ଚିଠି।
ନବରଙ୍ଗପୁର ଡାବୁଗାଁ ରେ ଚୋରା ଚାଲାଣ ସମୟରେ ଟ୍ରକ ଭର୍ତ୍ତି କାଠ ଜବତ: ଜଣେ କୋର୍ଟ ଚାଲାଣ
ସମ୍ବଲପୁର କୁଚିଣ୍ଡାରେ ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ତହସିଲଦାର ସସପେଣ୍ଡ ହେଲେ
ଜଗତସିଂହପୁର ବାଲିକୁଦା କଲେଜରେ ନକଲି ସାର୍ଟିଫିକେଟରେ ଚାକିରି କରିବା ଧରାପଡିବା ପରେ ବହିଷ୍କାର ହେଲେ ଅଧ୍ୟାପକ, ୭ ବର୍ଷର ଦରମା ଆଦାୟ ହେବ
ପୁରୀ ବାଲିହରଚଣ୍ଡୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ, ଜଣେ ଫେରାର ଅଛି।
ବଲାଙ୍ଗୀର ଦେଓଗାଁ ରେ ଶିକ୍ଷକଙ୍କ କାର୍ଯ୍ୟକୁ ବିରୋଧ କରି, ସ୍କୁଲ ବାହାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ
ସୁନ୍ଦରଗଡରେ ବିପୁଳ ପରିମାଣରେ କଫ ସିରପ ସହ ବୋଲେରୋ ଗାଡି ଜବତ, ୪ ଜଣ କୋର୍ଟ ଚାଲାଣ।
ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିରେ ପିଇବା ପାଣିରେ ଜୋକ ଓ କାଦୁଅ ବାହାରୁଛି। ଲୋକଙ୍କ ଭିତରେ ଆତଙ୍କ
ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ପିଆଜ କିଲୋ ୩ ଟଙ୍କା। ତଥାପି ବିକ୍ରି ହେଉନି
ଛାତ୍ରଛାତ୍ରୀଙ୍କ ମୋଟାପଣକୁ ନେଇ ଚିନ୍ତାରେ ୟୁଜିସି। ଅଫିସ୍ ଓ କଲେଜରେ ଲାଗିବ ସୁଗାର, ଅଏଲ ସଚେତନ ବୋର୍ଡ
ଏଆଇ ଟେକ୍ନୋଲୋଜି ଉପରେ ନୀତି ଆୟୋଗଙ୍କ ଓଲଟା ରିପୋର୍ଟ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଚାକିରୀ ଯିବ ନାହିଁ।
ନୂଆ ୱକଫ୍ (ସଂଶୋଧନ) ଆଇନ-୨୦୨୫ ଉପରେ ସଂପୂର୍ଣ୍ଣ ରହିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।
ଭାରତୀୟ ଆଇଟି ସେକ୍ଟରରେ ଚାକିରି ସଂକଟ। ୭୨% ନିଯୁକ୍ତି ହ୍ରାସ ପାଇଛି, ବଢୁଛି ବେରୋଜଗାର ସଂଖ୍ୟା
ଔଷଧ କମ୍ପାନିଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ। ଜିଏସଟି ହ୍ରାସ ପରେ ତୁରନ୍ତ ଔଷଧ ଦାମ ସଂଶୋଧନ କର
ଅସୁବିଧାରେ ପକାଇପାରେ ‘ଗୁଗୁଲ୍ ଜେମିନି ନାନୋ ବାନାନା ଏଆଇ ଟ୍ରେଣ୍ଡ୍’ । ସତର୍କବାଣୀ ଦେଲେ ବିଶେଷଜ୍ଞ
=======================
ଆଜି ବିଶ୍ୱ ଓଜୋନ ସଂରକ୍ଷଣ ଦିବସ
ଅନ୍ତର୍ଜାତୀୟ ରେଡ଼ ପାଣ୍ଡା ଦିବସ
ମାଲୟେସିଆ ଦିବସ
ଆଜି ଜନ୍ମଦିନ: ଏମ ଏସ ସୁବୁଲକ୍ଷ୍ମୀ, ପି ଚିଦାମ୍ବରମ, ନିକ ଜୋନାସ, ଜର୍ଜ ମୁଥୁଟ
ଆଜି ତିରୋଧାନ:ଡଃ ରୋନାଲଡ଼ ରସ, ମଜହର ଖାନ, ସଂଗ୍ରାମୀ ଶେର ସିଂ ଶାହ
ଇତିହାସରେ ଆଜି: (୧୮୪୮) ଫ୍ରାନସ ଦ୍ୱାରା କ୍ରୀତଦାସ ପ୍ରଥା ବନ୍ଦ/ (୧୯୦୮) ମିଚିଗାନରେ ଜେନେରାଲ ମୋଟର୍ସ ସ୍ଥାପନ/ (୧୬୩୦) ବୋଷ୍ଟନ ର ନାମକରଣ ହେଲା
=======================
*ବନ୍ଦେ ଉତ୍କଳ ଜନନୀ*
