September 26, 2026

ବାଇକ ଧକ୍କାରେ ନାବାଳକ ଗୁରୁତର 

IMG-20240916-WA0044
Share

 

ବେଲଗୁଣ୍ଠା, ୧୬/୦୯- ଆଜି ଖରାବେଳେ ଏକ ବାଇକ ସହିତ ସାଇକଲ ଧକ୍କା ହୋଇ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିବା ସୂଚନା ମଳିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଗ୍ରାମ ଆଳିଆ ସାହିର ସୂର୍ଯ୍ୟ ଜେନାଙ୍କ ପୁଅ ଆଲୋକ ଜେନା କୌଣସି କାମରେ ତୁଳସୀ ନଗରରେ ରହୁଥିବା ସାଙ୍ଗ ପଖକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ସ୍ପ୍ଲେଣ୍ଡର ବାଇକ ସହିତ ଅଚାନକ ଧକ୍କା ହେବା ଫଳରେ ସାଇକଲରେ ଥିବା ଆଲୋକ ଛିଟିକି ହୋଇ ତଳେ ପଡିଯାଇଥିଲା। ଫଳରେ ଛାତିରେ ଗଭୀର ଆଘାତ ଲାଗି ସେନ୍ସ ପଳେଇଯାଇଥିଲା। ଏହାପରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଆଲୋକକୁ ଉଦ୍ଧାର କରି ଅଟୋ ଯୋଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ଆଲୋକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଞ୍ଜନଗର ଉପଖଣ୍ଡକୁ ପଠେଇ ଦେଇଥିଲେ। କିନ୍ତୁ ଭଞ୍ଜନଗର ମେଡ଼ିକାଲରେ ବି ଆଲୋକର ସେନ୍ସ ନଫେରିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ରେଫେର କରିଥିବା ଜଣାପଡିଛି।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed