April 28, 2026

ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର

IMG-20240916-WA0016
Share

      ପାରଳାଖେମୁଣ୍ଡି, ଆଜି ଗଜପତି ଜିଲ୍ଲାର  ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ନିଶାନ ଶାଲୋମ ଚିଲ୍ଡ୍ରେନ ହୋମ) ରଣିପେଟାଠାରେ ଥିବା ସରକାରୀ ଗୃହରେ “ଗୃହ ପ୍ରବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି “ଗୃହ ପ୍ରବେଶ” କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଏହି ଗୃହର ଶୁଭାରମ୍ଭ କରିଥିଲେ। ସୂଚନା ଥାଉକି ଏହି କେନ୍ଦ୍ରଟି ଦୀର୍ଘ ୫ବର୍ଷ ଭଡ଼ା ଘରେ ଚାଲିଆସୁଥିଲା। ଏହି କେନ୍ଦ୍ରରେ ୦ରୁ୬ ବର୍ଷ ମଧ୍ୟରେ ପିତୃମାତୃହୀନ, ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁମାନଙ୍କୁ ଯତ୍ନ ସୁରକ୍ଷା ପ୍ରଦାନ କରାଯାଇ ସେମାନଙ୍କୁ ସରକାରଙ୍କ ନିୟମାନୁଯାୟୀ ପୋଷ୍ୟ ସନ୍ତାନ ଭାବେ ଯୋଗ୍ୟ ପିତାମାତାଙ୍କୁ ପ୍ରଦାନ କରାଯାଉଅଛି।

“ଗୃହ ପ୍ରବେଶ” ସମୟରେ ଏକ୍ସ ଚେୟାରମ୍ଯାନ ସି ଏଚ ସୀମାଦ୍ରି, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ହେଲ୍ପଲାଇନ, ଉତ୍କଳ ବାଳଶ୍ରମ, ନିସାନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।